ଭୁବନେଶ୍ବର: କେନ୍ଦ୍ର ସରକାର ୨୦୨୪-୨୫ ବଜେଟ୍ରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ନେଇଥିବା କରିଥିବା ଘୋଷଣା ଦ୍ବାରା ମଧ୍ୟବିତ୍ତ ବର୍ଗ ଉପକୃତ ହେବେ ବେଲି ଆୟକର ଆୟୁକ୍ତ ଅବନୀ କାନ୍ତ ନାୟକ କହିଛନ୍ତି। ଫିକି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆୟୋଜିତ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ବଜେଟ୍ରେ ନିଆଯାଇଥିବା ପଦକ୍ଷେପ ଦ୍ବାରା ଦେଶରେ ଉପଯୋଗିତା ଓ ଅଭିବୃଦ୍ଧି ବଢ଼ିବ।
ଫିକି ଓଡ଼ିଶା ଶାଖା ଅଧ୍ୟକ୍ଷ ପଙ୍କଜ ସତିଜା ଖଣି କ୍ଷେତ୍ର ଉପରେ ବଜେଟ୍ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏହାକୁ ସେ ଅଭିବୃଦ୍ଧି କୈନ୍ଦ୍ରୀକ ବଜେଟ୍ କହିବା ସହ ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି, ହାଉସିଂ ଓ କୃଷି କ୍ଷେତ୍ରର ଆବଣ୍ଟନ ବୃଦ୍ଧି କରାଯାଇଥିବା କହିଥିଲେ। ଏହି ଅବସରରେ ଏମ୍ଜିଏମ୍ ଏଗ୍ରିଟେକ୍ର ପୁନମ୍ ମହାପାତ୍ର କୃଷି, ସ୍ବଚ୍ଛ ଶକ୍ତି ଓ ମହିଳାଙ୍କ କଲ୍ୟାଣ ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ୟର୍ନଷ୍ଟ ୟଙ୍ଗର ପାର୍ଟନର ଅଭିଷେକ ଜୟସ୍ବାଲ୍, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ କେ ସାବତ, ବି-ୱାନ୍ ବିଜନେସ୍ ହାଉସ୍ର ନିର୍ଦ୍ଦେଶକ (ବାଣିଜ୍ୟିକ) ରାଜେନ ପାଢ଼ୀ, ଟେରାବ୍ଲକ୍ର ଏମ୍ଡି ଡ. ସଞ୍ଜୀବ ମହାପାତ୍ର ଓ ଫିକି ଓଡ଼ିଶାର ସହକାରୀ ନିର୍ଦ୍ଦେଶକ ଶ୍ରୀହରି ପାତ୍ର ଉପସ୍ଥିତ ଥିଲେ।
Follow Us