କର୍ପୋରେଟ୍‌ ଗଭର୍ଣ୍ଣାସ୍‌ ଉପରେ ପ୍ରଶ୍ନ ଉଠାଇଲେ ‘ଫିଚ୍‌’

କର୍ପୋରେଟ୍‌ ଗଭର୍ଣ୍ଣାସ୍‌ ଉପରେ ପ୍ରଶ୍ନ ଉଠାଇଲେ ‘ଫିଚ୍‌’

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର କର୍ପୋରେଟ୍‌ ଗଭର୍ଣ୍ଣାସ୍‌ ଉପରେ ପ୍ରଶ୍ନ ଉଠାଇଛି ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍‌ସି ଫିଚ୍‌। ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କୁ ନେଇ ନିକଟରେ ଦେଖାଦେଇଥିବା କେତେକ ବିବାଦ ଆଇସିଆଇସିଆଇ ବ୍ୟାଙ୍କର ଲୋକପ୍ରିୟତା ପ୍ରତି ବିପଦ ସୃଷ୍ଟି କରିବାରେ ବୋଲି ଏହା କହିଛି। ଏହି ସଂସ୍ଥା କହିଛି ଯେ ଋଣ କମିଟିରେ ସିଇଓଙ୍କ ଉପସ୍ଥିତି ଓ ସ୍ୱାଧୀନ ତଦନ୍ତ ପାଇଁ ବ୍ୟାଙ୍କ ଅମଙ୍ଗ ହେଉଥିବାରୁ ଏହାର କର୍ପୋରେଟ୍‌ ଗଭର୍ଣ୍ଣାସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ପିଏକୁ ନେଇ ସମଗ୍ର ବ୍ୟାଙ୍କ ଶିଳ୍ପରେ ତନାଘନା ଚାଲିଥିବା ଭଳି ସମୟରେ ଆଇସିଆଇସିଆଇ ବ୍ୟାଙ୍କର ଭିଡିଓକନ୍‌ ଋଣ ମାମଲା ସାମ୍ନାକୁ ଆସିଛି। ଫିଚ୍‌ କହିଛି ଯେ ଆଇନ ପ୍ରବର୍ତ୍ତନକାରୀ ଏଜେନ୍‌ସିଗୁଡ଼ିକ ପକ୍ଷରୁ ଯେଉଁ ତଦନ୍ତ ଚାଲିଛି ତାହାର ଫଳାଫଳ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ବ୍ୟାଙ୍କ ଉପରେ ଆର୍ଥିକ ଜରିମାନା ମଧ୍ୟ ଲାଗୁ ହୋଇପାରେ। ବ୍ୟାଙ୍କର ଋଣ ଠକେଇକୁ ନେଇ ଯେଉଁ ତଦନ୍ତ ଚାଲିଛି ତାହା ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଦେବ ବୋଲି ଫିଚ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe