ବଜେଟ୍‌ରେ ରପ୍ତାନି ସମସ୍ୟା ସମାଧାନ ପାଇଁ ଫିଓର ପ୍ରସ୍ତାବ

Advertisment
ବଜେଟ୍‌ରେ ରପ୍ତାନି ସମସ୍ୟା ସମାଧାନ ପାଇଁ ଫିଓର ପ୍ରସ୍ତାବ

YouTube

ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷରେ ଭାରତର ରପ୍ତାନି ୪୦୦ କୋଟି ବିଲିଅନ ଡଲାରର ମାଇଲଖୁଣ୍ଟ ହାସଲ କରିବା ସମ୍ଭାବନା ରହିଛି। ସବୁ କ୍ଷେତ୍ରର ରପ୍ତାନି ଆଦେଶ ଉତ୍ସାହଜନକ ରହିଛି। ତେବେ ଲଜିଷ୍ଟିକ୍ସ ସମେତ କଣ୍ଟେନର ଅଭାବ, ଜାହାଜ ଭଡ଼ାରେ ଅତ୍ୟଧିକ ବୃଦ୍ଧି ଆଦି ସମସ୍ୟା ଯୋଗୁ ରପ୍ତାନି କ୍ଷେତ୍ର ପ୍ରଭାବିତ ହୋଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଭାରତୀୟ ରପ୍ତାନି ମହାସଂଘ (ଫିଓ) ସରକାରଙ୍କ ନିକଟରେ ଦାବି ରଖିଛି। ଅର୍ଥମନ୍ତ୍ରୀ ଆସନ୍ତା ବଜେଟରେ ଏସବୁ ସମସ୍ୟାର ସମାଧାନ କରିବେ ବୋଲି ଫିଓର ସଭାପତି ଡ ଏ ଶକ୍ତିଭେଲ୍ ପ୍ରସ୍ତାବ ଦେଇଛନ୍ତି।

ଲଜିଷ୍ଟିକ୍ସ, ମାର୍କେଟିଂ, ଋଣ, ଗବେଷଣା ଓ ବିକାଶ, କୃଷି ରପ୍ତାନି ସହାୟତା ଆଦି ସାତ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କୃଷି ରପ୍ତାନି ଏବଂ ସେବା କ୍ଷେତ୍ରର ରପ୍ତାନିକୁ ପ୍ରୋତ୍ସାହନ ଦେବାପାଇଁ କୁହାଯାଇଛି। କୃଷି କ୍ଷେତ୍ରର ରପ୍ତାନି ବଢ଼ାଇବା ପାଇଁ ବଜେଟରେ ଆବଶ୍ୟକ ସହାୟତା ଦେବା ନିମନ୍ତେ ଆଶା ରଖାଯାଇଛି। ସେହିଭଳି ଦେଶର ମୋଟ ସେବା ରପ୍ତାନିରେ ଆଇଟି ଏବଂ ଆଇଟି ସମ୍ବଳିତ ସେବା କ୍ଷେତ୍ରର ଯୋଗଦାନ ପ୍ରାୟ ଦୁଇ ତୃତୀୟାଂଶ ରହିଛି। ତେଣୁ ଏହି କ୍ଷେତ୍ରକୁ ସହାୟତା ଦେବା ନିମନ୍ତେ ଫିଓ ଏହାର ବଜେଟରୁ ଆଶା ଶୀଷର୍କରେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe