‘ବାଣିଜ୍ୟ କାରବାର ବନ୍ଦ ହେଲେ ଯୁଦ୍ଧ ହେବ’

‘ବାଣିଜ୍ୟ କାରବାର ବନ୍ଦ ହେଲେ ଯୁଦ୍ଧ ହେବ’

ଡାଭୋସ୍‌: ଚୀନ୍‌ର ସବୁଠୁ ବଡ଼ ଇ-କମର୍ସ କଂପାନି ଆଲିବାବାର ମୁଖ୍ୟ ଜ୍ୟାକ୍‌ ମା’ କହିଛନ୍ତି ଯେ ଯଦି ଜଗତୀକରଣ ବନ୍ଦ ହୋଇଯିବ ତେବେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ। ଆମେରିକା ଭଳି ରାଷ୍ଟ୍ର ଏବେ ଜଗତୀକରଣ ଅପେକ୍ଷା ନିଜ ଦେଶର ସ୍ୱାର୍ଥ ପ୍ରତି ଅଧିକ ଦୃଷ୍ଟି ଦେଉଥିବା ବେଳେ ଜ୍ୟାକ୍‌ ମା’ଙ୍କ ଏହି ମନ୍ତବ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ଏକ ସ୍ୱତନ୍ତ୍ର ଅଧିବେଶନରେ ଅଭିଭାଷଣ ଦେଇ ସେ କହିଛନ୍ତି ଯେ ଯଦି ଜଗତୀକରଣ ବନ୍ଦ ହୋଇଯିବ ତେବେ ବାଣିଜ୍ୟ କାରବାର ବନ୍ଦ ହେବ ଏବଂ ଏହା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। କେହି ଜଗତୀକରଣକୁ ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି। ବିିଭିନ୍ନ ଶକ୍ତିଶାଳୀ ରାଷ୍ଟ୍ର ପକ୍ଷରୁ ଲଗାଯାଉଥିବା ବାଣିଜ୍ୟ କଟକଣା ‘ବୋମା’ ସଦୃଶ ବୋଲି ସେ କହିଛନ୍ତି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାକୁ ସେ ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ବୋଲି କହିଛନ୍ତି। ଆଗାମୀ ଦିନରେ ମଣିଷଙ୍କ ସ୍ଥାନ ମେସିନ୍‌ ନେଇଯିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ପ୍ରଯୁକ୍ତି ମଣିଷଙ୍କୁ ସହାୟତା କରିବା ପାଇଁ ବ୍ୟବହାର ହେବା ଉଚିତ ବୋଲି ସେ କହିଛନ୍ତି। ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ଏବଂ ରୋବଟ୍‌ ଅନେକ ଚାକିରି ଖାଇଯିବେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe