ଭୁବନେଶ୍ୱର: କଟକଠାରେ ତାରକସୀ କାରିଗରଙ୍କ ପାଇଁ ଏକ ଦକ୍ଷତା ତଥା କମନ୍ ଫାସିଲିଟି ସେଣ୍ଟର୍ ଆସନ୍ତାକାଲି ଉଦ୍ଘାଟିତ ହେବ। ଏନ୍ଏସ୍ଡିସି, ଭାରତୀୟ ଗହଣା ଦକ୍ଷତା ବିକାଶ ପରିଷଦ ଓ ଏଡୁଜବସ୍ ଏକାଡେମିର ସହଯୋଗରେ ଏହି ସେଣ୍ଟର୍ ସ୍ଥାପନ କରାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଏହାକୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏହା ସହିତ ସେ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍ ପ୍ରକଳ୍ପରେ ନିୟୋଜିତ ହୋଇଥିବା ଅଣ କୁଶଳୀ ଓ ସ୍ୱଳ୍ପ କୁଶଳୀ ଶ୍ରମିକମାନଙ୍କ ପାଇଁ ସାର୍ଟିଫିକେସନ୍ ଓ ତାଲିମ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ। ଉର୍ଜା ଗଙ୍ଗା ଗ୍ୟାସ୍ ପାଇପ୍୍ଲାଇନ୍ ଦକ୍ଷତା ପ୍ରକଳ୍ପ ଭାବେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଆଜି ରାଷ୍ଟ୍ରାୟତ୍ତ ଗ୍ୟାସ୍ କଂପାନି ଗେଲ୍ ପକ୍ଷରୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। କଂପାନିର ନିର୍ଦେଶକ (ପ୍ରକଳ୍ପ) ଡକ୍ଟର ଆଶୁତୋଷ କର୍ଣ୍ଣାଟକ ଓ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ମୁଖ୍ୟ ଆତିଶ ଶ୍ରୀବାସ୍ତବ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱରଠାରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ)ରେ ପାଇପ୍-ଫିଟର ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ପାଠ୍ୟକ୍ରମ ପ୍ରଚଳନ ଆରମ୍ଭ କରାଯିବ। ଯାଜପୁରଠାରେ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏଥିରେ େଓ୍ଵଲଡର, ଫିଟର, ଇଲେକ୍ଟ୍ରିସିଆନ୍, ଆର୍ଥ ମୁଭିଂ ଇକ୍ୱିପ୍ମେଣ୍ଟ୍ ଅପରେଟର ଆଦି ଉପରେ ତାଲିମ ପ୍ରଦାନ କରାଯିବ। ୫୨ ଘଣ୍ଟାର ତାଲିମ ଦିଆଯିବ। ଉର୍ଜା ଗଙ୍ଗା ପ୍ରକଳ୍ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪୦୦ ଶ୍ରମିକଙ୍କୁ ନିରାପତ୍ତା ତାଲିମ ପ୍ରଦାନ କରାଯିବ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us