ଫ୍ଲିପକାର୍ଟରୁ ଗ୍ରାହକ ମଗାଇଥିଲେ ୫୧,୯୯୯ ଟଙ୍କାର ଆଇଫୋନ- ୧୨, ଘରକୁ ଆସିଲା ୫ଟଙ୍କାର ସାବୁନ

ଫ୍ଲିପକାର୍ଟରୁ ଗ୍ରାହକ ମଗାଇଥିଲେ ୫୧,୯୯୯  ଟଙ୍କାର ଆଇଫୋନ- ୧୨, ଘରକୁ ଆସିଲା ୫ଟଙ୍କାର ସାବୁନ

ମୁମ୍ବାଇ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ପାଇଁ ଲୋକେ ଅନଲାଇନରୁ ଜିନିଷ କିଣିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଏହା ଆମ୍ଭମାନଙ୍କ ପାଇଁ ବହୁତ ସୁବିଧା ବି ହେଉଛି। କାରଣ ଘରେ ବସି ବିଭିନ୍ନ ପ୍ରକାର ମନ ପସନ୍ଦର ସାମଗ୍ରୀକୁ ମଗାଇ ପାରୁଛୁ। କିନ୍ତୁ ଅନେକ ସମୟରେ ଇ-କର୍ମସ କମ୍ପାନିଙ୍କ ଅବହେଳା ହେତୁ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।  ସାଧାରଣତଃ  ଯେ‌ତେବେଳେ କୌଣସି ବଡ଼ ଅଫର ଚାଲିଥାଏ, ସେତେବେଳେ ଗ୍ରାହକ ଗୋଟିଏ ଜିନିଷ ଅନଲାଇନରୁ ମଗାଇଥିବା ବେଳେ ଆଉ ଗୋଟିଏ ଜିନିଷ ଘରେ ଆସି ପହଞ୍ଚିଥାଏ।

ନିକଟରେ ଫ୍ଲିପକାର୍ଟର ଜଣେ ଗ୍ରାହକ ୱେବସାଇଟରେ ବିଗ ବିଲିୟନ ଡେଜ ଅଫର ସମୟରେ ଆପେଲର ଏକ ଫୋନ ଅର୍ଡର କରିଥିଲେ। ଏହି ଅର୍ଡର ଯେତେବେଳେ ଘରେ ପହଞ୍ଚିଥିଲା ଗ୍ରାହକ ପ୍ୟାକେଟ ଖୋଲି ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପ୍ୟା‌କେଟ ଭିତରେ ୫୧,୯୯୯ ଟଙ୍କାର ଆଇଫୋନ- ୧୨ ବଦଳରେ ୫ଟଙ୍କାର ନିର୍ମା ସାବୁନ ଥିଲା। ସେ ସଙ୍ଗେସଙ୍ଗେ ଫ୍ଲିପକାର୍ଟ କଷ୍ଟମର କେୟାରକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଫ୍ଲିପକାର୍ଟ ନିଜର ଦୋଷ ସ୍ବୀକାର କରି ଗ୍ରାହକଙ୍କ ଟଙ୍କାକୁ କିଛି ଦିନ ମଧ୍ୟରେ ଫେରାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe