ଅଧିଆ ହେଲେ ଅର୍ଥ ସଚିବ

Advertisment
ଅଧିଆ ହେଲେ ଅର୍ଥ ସଚିବ

ନୂଆଦିଲ୍ଲୀ: ରାଜସ୍ୱ ସଚିବ ହସ୍‌ମୁଖ ଅଧିଆଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅର୍ଥ ସଚିବ ଥିବା ଅଶୋକ ଲାଭାସା ଗତ ମାସରେ ଅବସର ନେବା ପରେ ଉକ୍ତ ପଦ ଖାଲି ପଡ଼ିଥିଲା। ୧୯୮୧ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଶ୍ରୀ ଅଧିଆଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ମଞ୍ଜୁରି ଦେଇଛି। ଏ ନେଇ ଆଜି ସରକାରୀ ନିର୍ଦେଶନାମା ଜାରି ହୋଇଛି। ରାଜସ୍ୱ ସଚିବ ପଦରେ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ଅଧିଆ ଆର୍ଥିକ ସେବା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe