ଅର୍ଥ ବିଭାଗର ନି‌ର୍ଦ୍ଦେଶ: ଅବ୍ୟବହୃତ ପାଣ୍ଠି ୭ ସୁଦ୍ଧା ଫେରାଅ

Advertisment

୨୦୨୪-୨୫ ଆର୍ଥିକବର୍ଷ ଶେଷ ହେବାକୁ ଆଉ ମାତ୍ର ୨୭ ଦିନ ବାକି ଅଛି। ଆର୍ଥିକବର୍ଷ ଶେଷ ହୋଇ ଆସୁଥିବାରୁ ବଜେଟ୍‌ରେ ବରାଦ ହୋଇଥିବା ରାଶିରୁ ଯଥାସମ୍ଭବ ଅଧିକ ଅର୍ଥ କିଭଳି ଖର୍ଚ୍ଚ ହେବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।

୨୦୨୪-୨୫ ଆର୍ଥିକବର୍ଷ ଶେଷ ହେବାକୁ ଆଉ ମାତ୍ର ୨୭ ଦିନ ବାକି ଅଛି। ଆର୍ଥିକବର୍ଷ ଶେଷ ହୋଇ ଆସୁଥିବାରୁ ବଜେଟ୍‌ରେ ବରାଦ ହୋଇଥିବା ରାଶିରୁ ଯଥାସମ୍ଭବ ଅଧିକ ଅର୍ଥ କିଭଳି ଖର୍ଚ୍ଚ ହେବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।

money

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକବର୍ଷ ଶେଷ ହେବାକୁ ଆଉ ମାତ୍ର ୨୭ ଦିନ ବାକି ଅଛି। ଆର୍ଥିକବର୍ଷ ଶେଷ ହୋଇ ଆସୁଥିବାରୁ ବଜେଟ୍‌ରେ ବରାଦ ହୋଇଥିବା ରାଶିରୁ ଯଥାସମ୍ଭବ ଅଧିକ ଅର୍ଥ କିଭଳି ଖର୍ଚ୍ଚ ହେବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏ ନେଇ ଏକ ସମୀକ୍ଷା କରି ଖର୍ଚ୍ଚ ବଢ଼ାଇବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦେଇଥିଲେ। ଅତିକମ୍‌ରେ ବଜେଟ୍‌ ଅର୍ଥର ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ବିଭାଗଗୁଡ଼ିକ କରୁଥିବା ଖର୍ଚ୍ଚର ଗୁଣବତ୍ତା ଯେଭଳି ଠିକ୍‌ ରହିବ ତାହାକୁ ଦୃଷ୍ଟିରୁ ରଖି ସମୟକୁ ସମୟ ନିର୍ଦ୍ଦେଶନାମା ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଉଛି। ପାଣ୍ଠି ପ୍ରଦାନ ନେଇ ମଞ୍ଜୁରି ଆଦେଶ ଜାରି, ପାଣ୍ଠିର ପୁନଃବିନିୟୋଜନ, ଆବଣ୍ଟନ ଜାରି ପାଇଁ ଶେଷ ତାରିଖ ‌‌ଫେବ୍ରୁଆରି ୨୮ ରଖାଯାଇଥିଲା। ତେବେ ଗତକାଲି ଅର୍ଥ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ବିଭାଗଗୁଡ଼ିକ ପାଇଁ ସମୟ ଗୋଟିଏ ସପ୍ତାହ କୋହଳ କରାଯାଇଛି। ଆସନ୍ତା ୭ ତାରିଖ ସୁଦ୍ଧା ଏସବୁ କାମ କରିବା ଲାଗି କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଡିସେମ୍ବର ୧୭ରେ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ଏସବୁ କାର୍ଯ୍ୟ ପାଇଁ ଶେଷ ତାରିଖ ଚଳିତବର୍ଷ ଜାନୁଆରି ୩୧ ରଖାଯାଇଥିଲା। କିନ୍ତୁ ଅର୍ଥ ବିଭାଗ ଗତମାସ ୧୪ ତାରିଖରେ ବିଭାଗଗୁଡ଼ିକ ପ୍ରତି କୋହଳ ହୋଇ ଶେଷ ତାରିଖ ଫେବ୍ରୁଆରି ୨୮ ଧାର୍ଯ୍ୟ କରିଥିଲେ। 

ଏସବୁ ପରେ ବିଭିନ୍ନ ମହଲରୁ ସମୟ କୋହଳ ପାଇଁ ମତାମତ ଆସିବା ପରେ ଅର୍ଥ ବିଭାଗ ଗତକାଲି ସମୟକୁ ବଢ଼ାଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ବିଭିନ୍ନ ବିଭାଗଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ପାଣ୍ଠି ପ୍ରଦାନ ପାଇଁ ମଞ୍ଜୁରି ଆଦେଶ ଜାରି, ପାଣ୍ଠିର ପୁନଃବିନିୟୋଜନ, ଆବଣ୍ଟନ ଜାରି ଏବଂ ଅବ୍ୟବହୃତ ପାଣ୍ଠିକୁ ଫେରାଇବାର ଶେଷ ତାରିଖ ମାର୍ଚ୍ଚ ୭ ରଖାଯାଇଛି। ଆର୍ଥିକ ଶୃଙ୍ଖଳା ଏବଂ ଦକ୍ଷ ଆର୍ଥିକ ପରିଚାଳନା ପାଇଁ ଏସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ କରିବା ଲାଗି ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ କୁହାଯାଇଛି। ଏସବୁ ପାଇଁ ଆଗାମୀ ଦିନରେ ଆଉ ସମୟ କୋହଳ କରାଯିବ ନାହିଁ ବୋଲି କୁହାଯାଇଛି।  

ଏହାକୁ ବାଦ୍‌‌ଦେଲ ଗତ ମାସରେ ଟ୍ରେଜେରିରେ ବିଲ୍‌ ଦାଖଲ ନେଇ ଯେଉଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା ନୂଆ ସର୍କୁଲା‌ରରେ ସେଥିରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ। ଫଳରେ ଯନ୍ତ୍ରପାତି, ଉପକରଣ, ଗାଡ଼ି, ସେୟାର କ୍ୟାପିଟାଲ, ସବ୍‌ସିଡି, ଋଣ ଏବଂ ଅନ୍ୟାନ୍ୟ ଆକସ୍ମିକ ଖର୍ଚ୍ଚ ବାବଦ ବିଲ୍‌ ଟ୍ରେଜେରିରେ ଚଳିତମାସ ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। ସେହିଭଳି ଅନ୍ୟାନ୍ୟ ଦାବି ସଂକ୍ରାନ୍ତ ବିଲ୍‌ ଟ୍ରେଜେରିରେ ଚଳିତମାସ ୧୭ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe