ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବାକୁ ପ୍ରସ୍ତୁତ। ତେବେ ଏଥର ଟିକିଏ ଅଡ଼ୁଆ ରହିଛି । କାରଣ ଫେବ୍ରୁଆରି ୧ ରବିବାର ପଡ଼ୁଛି । ସେଦିନ ସାଧାରଣତଃ ସଂସଦ ବନ୍ଦ ଥାଏ । କିନ୍ତୁ ଏଥିପାଇଁ ଏଥର ଅନ୍ୟ ଏକ ତାରିଖରେ ବଜେଟ୍ ଆଗତ ହେବ କି ?
ଆହୁରି ପଢନ୍ତୁ : Notice To Teachers: ଛାତ୍ର ପୋଡି ଘଟଣାରେ ୫ ଶିକ୍ଷକଙ୍କ ଦରମା ବନ୍ଦ, କାରଣ ଦର୍ଶାଅ ନୋଟିସ୍
ସରକାରୀ ମହଲରୁ ମିଳିଥିବା ରିପୋର୍ଟ ଅନୁସାରେ, ସରକାର ଫେବୃଆରୀ ୧ ରେ ହିଁ ବଜେଟ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି । ତଥାପି, ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ବସିବ । ସଂସଦୀୟ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଅର୍ଥମନ୍ତ୍ରାଳୟର ଅଧିକାରୀମାନେ ଯୋଗ ଦେବେ । ଏହି ବୈଠକର ବଜେଟ୍ ତାରିଖକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର ହେବ । କେତେକ ସୂତ୍ର ଅନୁସାରେ ରବିବାର ସତ୍ତ୍ବେ ଫେବ୍ରୁଆରି ୧ରେ ହିଁ ବଜେଟ ଉପସ୍ଥାପନ ହେବ। ଫଳରେ ପ୍ରଥମ ଥର ପାଇଁ ଏକ ଛୁଟି ଦିନରେ ବଜେଟ ଉପସ୍ଥାପନ ହେବ । ତେବେ ଛୁଟି ଦିନରେ ସଂସଦ ଖୋଲିବା ଏକ ନୂଆ କଥା ନୁହେଁ । ପୂର୍ବରୁ ବି ବିଶେଷ ପରିସ୍ଥିତିରେ ଛୁଟିଦିନରେ ସଂସଦର ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଛି ।
ଆହୁରି ପଢନ୍ତୁ : Notice To Teachers: ଛାତ୍ର ପୋଡି ଘଟଣାରେ ୫ ଶିକ୍ଷକଙ୍କ ଦରମା ବନ୍ଦ, କାରଣ ଦର୍ଶାଅ ନୋଟିସ୍
ସୂଚନା ଅନୁସାରେ ଜାନୁଆରି ୨୮ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ସେହିପରି ଜାନୁଆରି ୩୧ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହୋଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)