ଜିଏସ୍‌ଟି ୨.୦ ରିପୋର୍ଟ କାର୍ଡ଼ ରଖିଲେ ଅର୍ଥମନ୍ତ୍ରୀ: ଗାଡ଼ି ଓ ‌ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବମ୍ପର ବିକ୍ରି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜିଏସ୍‌ଟି ହ୍ରାସର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଜିଏସ୍‌ଟି ହ୍ରାସର ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

fshfshfsxvbbv

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜିଏସ୍‌ଟି ହ୍ରାସର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଜିଏସ୍‌ଟି ହ୍ରାସର ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହିତ ରେଳ, ଆଇଟି ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ। ଜିଏସ୍‌ଟି ହ୍ରାସ ଫଳରେ ଦେଶରେ ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବମ୍ପର ବିକ୍ରି ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ନିତ୍ୟ ବ୍ୟବହୃତ ୫୪ଟି ସାମଗ୍ରୀ ଉପରେ ସରକାର ଅତି ନିକଟରୁ ନଜର ରଖିଥିଲେ। ସେଥିରୁ ଜଣାପଡ଼ିଛି ଯେ ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଉପହାର ପ୍ରଦାନ କରାଯାଇଛି ବୋଲି ସୀତାରମଣ କହିଛନ୍ତି। ଏପରିକି କେତେକ କ୍ଷେତ୍ରରେ ଗ୍ରାହକଙ୍କୁ ଆଶାଠାରୁ ଅଧିକ ଜିଏସ୍‌ଟି ହ୍ରାସର ଲାଭ ମିଳିଛି। 

ଉଲ୍ଲେଖଯୋଗ୍ୟ, ଗତମାସରେ ସରକାର ଜିଏସ୍‌ଟି ହ୍ରାସ ଘୋଷଣା କରିଥିଲେ। ଖାଦ୍ୟ ସମେତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଟିଭି, ରେଫ୍ରିଜରଟେର, ଗାଡ଼ି ଆଦିର ଜିଏସ୍‌ଟି ହ୍ରାସ କରାଯାଇଥିଲା। ଜିଏସ୍‌ଟି ହ୍ରାସକୁ ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ କରାଯାଇଥିଲା। ‌ସେପ୍ଟେମ୍ବର ୨୨ରୁ ଦେଶରେ ନବରାତ୍ରି ମଧ୍ୟ ଆରମ୍ଭ ହୋଇଥିଲା। ଜିଏସ୍‌ଟି ହ୍ରାସ ଫଳରେ ଗୋଟିଏ ପଟେ ସାଧାରଣ ଲୋକଙ୍କ ହାତରେ ଅଧିକ ଅର୍ଥ ରହିପାରିଥିବାବେଳେ ଅନ୍ୟପଟେ ଦେଶରେ ବହୁମାତ୍ରାରେ ବିକ୍ରି ହୋଇଛି। ୩ ଚକିଆ ଯାନ ବିକ୍ରିରେ ୫.୫ ପ୍ରତିଶତ ବୃଦ୍ଧି ଘଟିଛି। ଦୁଇ ଚକିଆ ଯାନ ବିକ୍ରି ୨୧.୬ ଲକ୍ଷ ୟୁନିଟ୍‌ରେ ପହଞ୍ଚିଛି। ପାସେଞ୍ଜର ଯାନ ବିକ୍ରି ସେପ୍ଟେମ୍ବରରେ ୩.୭୨ ଲକ୍ଷ ୟୁନିଟରେ ରହିଛି। ହିରୋ ମୋଟର୍ସ ଗତ ସେପ୍ଟେମ୍ବରରେ ରେକର୍ଡ ପରିମାଣର ମାସିକ ବିକ୍ରି ହାସଲ କରିଛି। 

ଏଥିସହିତ ଅର୍ଥମନ୍ତ୍ରୀ କହିଛନ୍ତି ଜିଏସ୍‌ଟି ସଂସ୍କାର ୨.୦  କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ଏସି ବିକ୍ରି ଦୁଇଗୁଣା ହୋଇଛି। ସେହିଭଳି ସେପ୍ଟେମ୍ବର ୨୨ରେ ଟିଭି ବିକ୍ରି ୩୦ରୁ ୩୫ ପ୍ରତିଶତ ବଢ଼ିଛି। ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ ନବରାତ୍ରିରେ ଗାଡ଼ି ବିକ୍ରି ବଢ଼ିଛି। ପ୍ରଥମ ୮ ଦିନରେ ମାରୁତି ସୁଜୁକି ୧.୬୫ ଲକ୍ଷ କାର୍‌ ବିକ୍ରି କରିଛି। ମହିନ୍ଦ୍ରାର ଗାଡ଼ି ବିକ୍ରି ୬୦% ବଢ଼ିଛି। ଟାଟା ୫୦ ହଜାରରୁ ଅଧିକ ଗାଡ଼ି ବିକିଛି। ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି ବୋଲି ଗୋୟଲ କହିଥିଲେ।

ସ୍ବାଧୀନ ଭାରତରେ ଜିଏସ୍‌ଟିରେ ପରିବର୍ତ୍ତନ ସବୁଠୁ ବଡ଼ ସଂସ୍କାର ବୋଲି ସେ କହିଛନ୍ତି। ବିଶ୍ବର ପ୍ରତିକୂଳ ପରିସ୍ଥିତିରେ ଭାରତର ଅଭିବୃଦ୍ଧି ଏଭଳି ରହିଛି ଯେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମଧ୍ୟ ଭାରତର ଅଭିବୃଦ୍ଧି ଆକଳନକୁ ୬.୬ ପ୍ରତିଶତକୁ ସଂଶୋଧନ କରିଛି। ସେହିଭଳି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଚଳିତବର୍ଷ ଅେତିରିକ୍ତ ୨୦ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ହେବ ବୋଲି ସେ ଆକଳନ କରିଥିଲେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରିରେ ଚଳିତବର୍ଷ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଜିଏସ୍‌ଟି ସଂସ୍କାର କାରଣରୁ ଖାଦ୍ୟ ସାମଗ୍ରୀର ଦର ମଧ୍ୟ କମିଛି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଚାହିଦା ବୃଦ୍ଧି ସିଧାସଳଖ ଦେଶର ଉତ୍ପାଦନ କ୍ଷେତ୍ରକୁ ଲାଭ ପହଞ୍ଚାଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe