Financial Independence: ସ୍ଥାୟୀ ଅଭ୍ୟାସରୁ ଆରମ୍ଭ ହୁଏ ଆର୍ଥିକ ସ୍ବାଧୀନତା

Advertisment

ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍‌ ନିଷ୍ପତ୍ତି ନିଆଯାଏ। ଏକ ଠିକ୍‌ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ।

Updated On

ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍‌ ନିଷ୍ପତ୍ତି ନିଆଯାଏ। ଏକ ଠିକ୍‌ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ।

ଅଦ୍ୟତନ ହୋଇଛି
download

ଭୁବନେଶ୍ବର: ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍‌ ନିଷ୍ପତ୍ତି ନିଆଯାଏ। ଏକ ଠିକ୍‌ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ। ଏଥିପାଇଁ ସମୟ ଓ ଅଭ୍ରଶସ ଦରକାର। ଶୃଙ୍ଖଳା ଓ ଉଦ୍ଦେଶ୍ୟ ସହ ସେହି ଅଭ୍ୟାସକୁ ଜାରି ରଖିଲେ ସଫଳତା ମିଳିଥାଏ ବୋଲି ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଜାତୀୟ ମୁଖ୍ୟ-ରିଟେଲ୍‌ ସେଲ୍‌ସ ରୋହିତ ମାତୋ କହିଛନ୍ତି।

ଅଧିକପଢ଼ନ୍ତୁ:ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି

ସ୍ଥିର ଭାବେ ଉଦ୍ୟମ ନ କଲେ ଲାଭ ମିଳିବା କଷ୍ଟକର

ବଜାର ଅନିଶ୍ଚିତତା ଦେଇ ଗତି କରୁଥିବା ବେଳେ ନିବେଶକମାନେ ବହୁ ପ୍ରକାର ଖବର ଶୁଣୁଛନ୍ତି। ତେଣୁ ପ୍ରକୃତ ଆହ୍ବାନ ଆଉ ଏକ ବଡ଼ ସୁଯୋଗ ନୁହେଁ, ବରଂ ଏକ ପ୍ରକ୍ରିୟା ଗଠନ କରିବା ଯାହା ଦୀର୍ଘକାଳୀନ ହୋଇଥିବ। ଲଗାତାର ଓ ସ୍ଥିର ଭାବେ ଉଦ୍ୟମ ନ କଲେ ଲାଭ ମିଳିବା କଷ୍ଟକର ହୋଇପଡ଼ିବ। ସେଥିପାଇଁ ଠିକ୍‌ ସମୟଠାରୁ ସ୍ଥିରତା ବଜାୟ ରଖିବା ଅଧିକ ଜରୁରୀ। ନିୟମିତ ନିବେଶ ଜାରି ରଖିଲେ ନିବେଶକ ବଜାରର ବିଭିନ୍ନ ପର୍ଯ୍ୟାୟକୁ ଜାଣିପାରିବେ ବୋଲି ଶ୍ରୀ ମାତୋ କହିଛନ୍ତି। 

ତାଙ୍କ ମତରେ ସିଷ୍ଟମେଟିକ୍‌ ଇନଭେଷ୍ଟ୍‌ମେଣ୍ଟ୍‌ ପ୍ଲାନ୍‌ (ଏସ୍‌ଆଇପି) ନିବେଶକୁ ଏକ ଅଭ୍ୟାସରେ ପରିଣତ କରିଥାଏ। ସ୍ବୟଂକ୍ରିୟ ଏସ୍‌ଆଇପି ଅଧିକ ସହାୟକ ହୋଇଥାଏ। ନିୟମିତ ବଜାର ପ୍ରଦର୍ଶନ ଉପରେ ଧ୍ୟାନ ନ ଦେଇ, ନିବେଶର ଅଗ୍ରଗତିକୁ ବର୍ଷକୁ ଥରେ କିମ୍ବା ଦୁଇ ଥର ସମୀକ୍ଷା କରିବା ଜରୁରୀ। ଏହି ଗଣତନ୍ତ୍ର ଦିବସ ବ୍ୟକ୍ତିଗତ ଆର୍ଥିକ ଯାତ୍ରା ଉପରେ ନଜର ପାଇବାର ସୁଯୋଗ ପ୍ରଦାନ କରୁଛି। ଏକ ଉପଯୁକ୍ତ ନିଷ୍ପତ୍ତି ବଦଳରେ ଅଭ୍ୟାସ ଉପରେ ଧ୍ୟାନ ଦେବା ଅଧିକ ଜରୁରୀ ବୋଲି ସେ କହିଛନ୍ତି।

ଅଧିକପଢ଼ନ୍ତୁ:ସୁପ୍ରିମକୋର୍ଟ ଗେଟ୍ ଦେଇ ଯିବ ମେଟ୍ରୋ! ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପ୍ରସ୍ତାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe