ମହିଳାଙ୍କ ପାଇଁ ଆର୍ଥିକ ଯୋଜନା, କରୋନା କାଳରେ ଏକ ଆବଶ୍ୟକତା

Advertisment
ମହିଳାଙ୍କ ପାଇଁ ଆର୍ଥିକ ଯୋଜନା, କରୋନା କାଳରେ ଏକ ଆବଶ୍ୟକତା

Carefree Retirement

କରୋନା ମହାମାରୀ ସମୟରେ ଅନେକ ପରିବାର ଆୟକାରୀ ପୁରୁଷ ସଦସ୍ୟଙ୍କୁ ହରାଇଛନ୍ତି। ଏଭଳି ସମୟରେ ମହିଳାମାନଙ୍କ ଉପରେ ଘରର ସବୁ ଦାୟିତ୍ବ ଆସିଯାଇଛି। ପରିବାରକୁ ଚଲାଇବା ଲାଗି ମହିଳାମାନଙ୍କୁ ମଧ୍ୟ ଆର୍ଥିକ ସ୍ତରରେ କେତେକ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଠାରେ ସେମାନଙ୍କ ପାଇଁ କେତେକ ଆର୍ଥିକ ପରାମର୍ଶ ପ୍ରଦାନ କରାଯାଇଛି:

ଟିକସ ଯୋଜନା: ଆୟକୁ ନଜରରେ ରଖି ଟିକସ ଯୋଜନା ଆଗୁଆ ପ୍ରସ୍ତୁତ କଲେ କମ୍ ଟିକସ ଦେବାକୁ ପଡ଼େ। ପରୋକ୍ଷରେ ତାହା ଅଧିକ ସଞ୍ଚୟର କାରଣ ହୋଇଥାଏ। ଟିକସ ଯୋଜନା ପ୍ରସ୍ତୁତ କରିବା ବେଳେ ସମୟ, ଆୟକୁ ବିଚାରକୁ ନେବାକୁ ହେବ। ଯେଉଁ ଟିକସ ଦେଉଛନ୍ତି ସେ ବିଷୟ‌ରେ ଭଲ ଭାବେ ଜାଣିବାକୁ ପ୍ରୟାସ କରନ୍ତୁ।
ଆର୍ଥିକ ଲକ୍ଷ୍ୟ: ନିଜ ଜୀବନରେ କ'ଣ ଲକ୍ଷ୍ୟ ରଖିଛନ୍ତି ତାହା ପ୍ରଥମେ ଧାର୍ଯ୍ୟ କରିବାକୁ ହେବ। ସେହି ଅନୁସାରେ ଲକ୍ଷ୍ୟ ହାସଲ କରିବା ପାଇଁ ଅର୍ଥ କିଭଳି ଯୋଗାଡ଼ ହେବ ତାହା ଜାଣିବା ଦରକାର। ତେବେ ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ସେଥିପାଇଁ ଏକ ନିର୍ଦିଷ୍ଟ ପାଣ୍ଠି ଅଲଗା ରଖିବାକୁ ହେବ।
ଜରୁରୀକାଳୀନ ପାଣ୍ଠି: ଏକ ଦୀର୍ଘମିଆଦୀ ଲକ୍ଷ୍ୟ ଧାର୍ଯ୍ୟ କରିବା ବେଳେ ଜରୁରୀକାଳୀନ ପାଣ୍ଠିକୁ ସର୍ବଦା ବିଚାରକୁ ନେବାକୁ ପଡ଼ିବ। ଆର୍ଥିକ ବିଶେଷଜ୍ଞମାନଙ୍କ ମତରେ ତିନି ମାସର ଜୀବନ ଧାରଣ ମୂଲ୍ୟକୁ ଜରୁରୀକାଳୀନ ପାଣ୍ଠି ଭାବେ ରଖିବା ଦରକାର। ଯଦି ଆପଣ ଏକକାଳୀନ ବିପୁଳ ସଞ୍ଚୟ କରିପାରୁନାହାନ୍ତି ତେବେ ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ ଟଙ୍କା ରଖି ପାଣ୍ଠି ତିଆରି କରିପାରିବେ।
ସ୍ବାସ୍ଥ୍ୟ ପାଇଁ ପ୍ରସ୍ତୁତି: ନୂଆ ପିଢ଼ିର ମହିଳାମାନେ ଜୀବନକୁ ବହୁତ ଭଲ ଭାବେ ବଞ୍ଚିବାରେ ବିପୁଳ ଟଙ୍କା ବ୍ୟୟ କରୁଛନ୍ତି। ସେମାନଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ବିଶେଷ କରି ବାର୍ଦ୍ଧକ୍ୟ ସମୟର ସ୍ବାସ୍ଥ୍ୟ ସେବା ଲାଗି ଆଗୁଆ ସଞ୍ଚୟ କରିବାକୁ ହେବ।
ଅବସର ଯୋଜନା: କର୍ମମୟ ଜୀବନରୁ ଅବସର ଗ୍ରହଣ କରିବା ପରେ ନିଜ ଜୀବନ କିଭଳି ବିତାଇବାକୁ ଚାହୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତୁ। ସେଥିପାଇଁ ଆଗୁଆ ଅବସର ଯୋଜନା ପ୍ରସ୍ତୁତ କରନ୍ତୁ। ଏହା କଲେ ଅବସରକାଳୀନ ଜୀବନରେ ନିଜ ଲକ୍ଷ୍ୟ ପୂରଣ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe