କରୋନା ବେଳେ ଆର୍ଥିକ ସୁରକ୍ଷା ଟିପ୍ସ

ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ବଦଳାଇ ହେବ: ହାଇକୋର୍ଟ

Image Courtesy of The News Minute

କରୋନା ମହାମାରୀ ସମୟରେ କେବଳ ନିଜକୁ ଏବଂ ନିଜର ପରିବାରକୁ ସୁରକ୍ଷା କରିଲେ ହେବନାହିଁ ନିଜର ଆର୍ଥିକ ସ୍ଥିତି କିଭଳି ସୁରକ୍ଷିତ ରହିବ ତାହାକୁ ମଧ୍ୟ ଧ୍ୟାନ ହେବାକୁ ହୋଇଥାଏ। ଦେଶର ଏକ ପ୍ରମୁଖ ଘରୋଇ ବ୍ୟାଙ୍କ ପକ୍ଷରୁ ଏ ନେଇ କେତେକ ଟିପ୍ସ ପ୍ରଦାନ କରାଯାଇଛି। ଏଠାରେ ସେହି ଟିପ୍ସ ଗୁଡ଼ିକ ସଂପର୍କରେ ସୂଚନା ଦିଆଗଲା

ନଗଦ ଅର୍ଥ ବ୍ୟବହାରକୁ ଯଥାସମ୍ଭବ କମାଇ ଦିଅନ୍ତୁ। ଏହାଦ୍ବାରା କରୋନା ଭୂତାଣୁରେ ସଂକ୍ରମିତ‌ ହେବା ଆଶଙ୍କା ହ୍ରାସ ପାଇଥାଏ। ସବୁ ପ୍ରକାର ବ୍ୟାଙ୍କିଂ କାରବାର ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ ଉପରେ ନିର୍ଭର କରନ୍ତୁ। ନିଜର ସୁରକ୍ଷା ଦୃଷ୍ଟିରୁ ଘରୁ ‌ଯେତେ ସମ୍ଭବ କମ୍‌ ଘରୁ ବାହାରନ୍ତୁ।
ଆପଣ ଉପଯୁକ୍ତ ମାତ୍ରାରେ ସ୍ବାସ୍ଥ୍ୟ ବୀମା ନିଜର ଏବଂ ନିଜ ପରିବାର ସଦସ୍ୟଙ୍କର କରାଇଛନ୍ତି କି ନାହିଁ ତାହାକୁ ଅନୁଶୀଳନ କରନ୍ତୁ। ଅନୁଭବ କରିଲେ ସ୍ବାସ୍ଥ୍ୟ ବୀମା କରାଇ ନିଅନ୍ତୁ କିମ୍ବା ଟପ୍‌-ଅପ୍‌ ନିଅନ୍ତୁ।

ଆପଣଙ୍କ ବୀମା ପଲିସିର ସମସ୍ତ ତଥ୍ୟ ଏବଂ ବୀମା କମ୍ପାନିର ହେଲ୍‌ପଲାଇନ୍‌ ନମ୍ବର ନିଜ ନିକଟରେ ରଖନ୍ତୁ। ଏପରିକି ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହିସବୁ ସୂଚନା ରଖିବାକୁ ଦିଅନ୍ତୁ।

ନୋମିନିଙ୍କ ତଥ୍ୟ ମଧ୍ୟ ଅପଡେଟ୍‌ ହୋଇଥିବା ନେଇ ନିଶ୍ଚିତ ହୁଅନ୍ତୁ। ଆପଣଙ୍କ ସବୁ ନିବେଶ ସଂପର୍କରେ ନୋମିନି କିମ୍ବା ପନ୍ନୀକୁ ସୂଚନା ଦେବା ‌ଆବଶ୍ୟକ।

ଅତିକମ୍‌ରେ ଛଅ ମାସ ଚଳିବା ପାଇଁ ନିଜ ପାଖରେ ଜରୁରୀ ପାଣ୍ଠି ରଖିଥାନ୍ତୁ। ଯଦି ଏହା ରଖି ନଥାନ୍ତି ତାହେଲେ ମିଆଦୀ ଜମା କିମ୍ବା ଦରମା ଆକାଉଣ୍ଟ ଉପରେ ଓଭରଡ୍ରାଫ୍ଟ, ସେୟାର ବଦଳରେ ଋଣ ଆଦି ନେଇ ଏହି ପାଣ୍ଠି କରିପାରିବେ।

ଜରୁରୀ ପରିସ୍ଥିତିରେ ଯେଭଳି ପରିବାରର ସଦସ୍ୟଙ୍କ ନିକଟରେ ଡେବିଟ୍ କାର୍ଡ କାମରେ ଆସିବ ସେଥିପାଇଁ ବ୍ୟାଙ୍କରୁ ଅତିରିକ୍ତ ଡେବିଟ୍ କାର୍ଡ ବା ଆଡ୍‌ ଅନ୍ ଡେବିଟ୍‌ କାର୍ଡ ନିଅନ୍ତୁ।

ସମସ୍ତ ଆକାଉଣ୍ଟ୍‌ଗୁଡ଼ିକୁ ଲିଙ୍କ୍‌ କରନ୍ତୁ। ଫଳରେ ଆବଶ୍ୟକ ସମୟରେ ସବୁ ଆକାଉଣ୍ଟରେ ଥିବା ପାଣ୍ଠିକୁ ଜଣେ ବ୍ୟବହାର କରିପାରିବ।

ଅନ୍‌ଲାଇନ୍ କାରବାର ବଢ଼ିବା ଦ୍ବାରା ଠକଙ୍କ ସଂଖ୍ୟା ବଢ଼ିଚାଲିଛି। ତେଣୁ ଅନଲାଇନ ଠକଙ୍କ ପ୍ରତି ସାବଧାନ ରୁହନ୍ତୁ। ଫୋନରେ, ଇ‌-ମେଲ୍‌ରେ, ଅଜଣା ଲିଙ୍କ୍‌ ଆଦିରେ ବ୍ୟକ୍ତିଗତ ଏବଂ ବ୍ୟାଙ୍କ ସଂପର୍କିତ କୌଣସି ସୂଚନା କାହାରିକୁ ଦିଅନ୍ତୁ ନାହିଁ। ଏପରିକି ସଂପୃକ୍ତ ବ୍ୟକ୍ତିମାନେ ଯଦି ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ, ଆୟକର ବିଭାଗ ଏବଂ ଟିକା କେନ୍ଦ୍ରରୁ କହୁଛନ୍ତି ବୋଲି ଦାବି କରିଲେ ମଧ୍ୟ କାହାରିକୁ ବ୍ୟକ୍ତିଗତ ଓ ବ୍ୟାଙ୍କ ସଂପର୍କିତ ସୂଚନା ଦିଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe