ବଜାରକୁ ପ୍ରଥମ ୫ଜି ସ୍ମାର୍ଟଫୋନ ଆଣିବାକୁ ଯାଉଛି ରିୟଲମି, ଫେବ୍ରୁଆରି ୨୪ରେ କରିବ ଲଞ୍ଚ

Advertisment
ବଜାରକୁ ପ୍ରଥମ ୫ଜି ସ୍ମାର୍ଟଫୋନ ଆଣିବାକୁ ଯାଉଛି ରିୟଲମି, ଫେବ୍ରୁଆରି ୨୪ରେ କରିବ ଲଞ୍ଚ

newindianexpress.com

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ରିୟଲମି। ଫୋନର ବଜାର ଦାମ୍ ୫୦,୦୦୦ଟଙ୍କା ରଖାଯିବ ବୋଲି ବୁଧବାର କମ୍ପାନି ପକ୍ଷରୁ କୁହାଯାଇଛି। ୨୦୧୮ରେ ମାର୍କେଟକୁ ଆସିଥିବା ରିୟଲମି ପ୍ରଥମ କରି ୫ଜି ସ୍ମାର୍ଟଫୋନ ଆଣିବାକୁ ଯାଉଛି। ଏବେ ପର୍ଯ୍ୟନ୍ତ କୌଣସି ମୋବାଇଲ ଫୋନ ତିଆରି କରୁଥିବା କମ୍ପାନି ୫ଜି ସ୍ମାର୍ଟଫୋନ ମାର୍କେଟକୁ ଆଣି ନଥିବା ବେଳେ ରିୟଲମି ପ୍ରଥମ କରି ଏଭଳି କରିବାର ନିଷ୍ପତ୍ତି ନେଇଛି।

Image result for realme AndroidPIT

ତେବେ ଭାରତରେ ଏ ପର୍ଯ୍ୟନ୍ତ ୫ଜି ନେଟୱାର୍କର ସୁବିଧା ନଥିବା ଜାଣି ମଧ୍ୟ କମ୍ପାନି ୫ଜି ସ୍ମାର୍ଟଫୋନକୁ ଲଞ୍ଚ କରୁଛି। ଫେବ୍ରୁଆରି ୨୪ରେ ୫ଜି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନିର ଜଣେ କର୍ମଚାରୀଙ୍କ କହିବା ମୁତାବକ, ୫ଜି ସ୍ମାର୍ଟଫୋନରେ ୮୬୫ ସ୍ନାପଡ୍ରାଗନ ଚିପସେଟ୍ ରହିବା ସହ ଏହାର ଦାମ୍ ୫୦,୦୦୦ଟଙ୍କା ରହିବ।

ତେବେ ଭାରତରେ ଏବେ ୫ଜି ନେଟୱାର୍କ ନଥାଇ ମଧ୍ୟ ଭବିଷ୍ୟତକୁ ଆଖି ଆଗରେ ରଖି କମ୍ପାନି ୫ଜି ସ୍ମାର୍ଟଫୋନକୁ ବଜାରକୁ ଆଣୁଛି। ଏବେ ବିଦେଶ ଯାଉଥିବା ଏବଂ ସେଠାରେ ରହୁଥିବା ଲୋକ ଏହାକୁ ବ୍ୟବହାର କରି ପାରିବେ। ଏକା ସାଙ୍ଗରେ ଏହାକୁ ସ୍ପେନ୍ ଏବଂ ଭାରତରେ ଲଞ୍ଚ କରାଯିବ। ରିୟଲମି ସହ ଚୀନର ସ୍ମାଟାଫୋନ ବ୍ରାଣ୍ଡ ଆଇକ୍ୟୁଓ ଫେବ୍ରୁଆରି ୨୫ରେ ନିଜର ୫ଜି ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe