ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬-୨୭ ବଜେଟ୍‌ ଅନେକ ପ୍ରଥମର ମୂକସାକ୍ଷୀ ହୋଇଛି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ରବିବାର ବଜେଟ୍‌ ଉପସ୍ଥାପିତ ହୋଇଛି। ପୂର୍ବରୁ ଫେବ୍ରୁଆରି ମାସର ଶେଷ ତାରିଖରେ ବଜେଟ୍‌ ଘୋଷଣା କରାଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ସେହି ଧାରା ବଦଳିଥିଲା। ଫେବ୍ରୁଆରି ୨୮ କିମ୍ବା ୨୯ ପରିବର୍ତ୍ତେ ଫେବ୍ରୁଆରି ୧ରେ ବଜେଟ୍‌ ଉପସ୍ଥାପନ କରାଯାଉଛି। ଚଳିତ ବର୍ଷର ଫେବ୍ରୁଆରି ୧ ତାରିଖଟି ରବିବାର ପଡ଼ୁଥିଲେ ସୁଦ୍ଧା‌ ସେହି ଦିନ ବଜେଟ୍‌ ଉପସ୍ଥାପନ ହେବ କି ନାହିଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ସେହିଦିନ ହିଁ ବଜେଟ୍‌ ଉପସ୍ଥାପନ କରାଯାଇଛି। ୧୯୯୯ ପର୍ଯ୍ୟନ୍ତ ଦେଶରେ ଅପରାହ୍ଣ ୫ଟାରେ ଉପସ୍ଥାପନ କରାଯାଉଥିଲା। ଯେଉଁ ପରମ୍ପରା ବ୍ରିଟିସ୍‌ ଅମଳରୁ ଚାଲିଆସିଥିଲା।

Advertisment

ସ୍ବାଧୀନ ଭାରତ ଇତିହାସରେ ପ୍ରଥମ
‘କର୍ତ୍ତବ୍ୟ ଭବନ’ ପ୍ରସ୍ତୁତ

୧୯୯୯ରେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ପ୍ରଥମ ଥର ପାଇଁ ପୂର୍ବାହ୍ଣ ୧୧ଟାରେ ବଜେଟ୍‌ ଉପସ୍ଥାପନ କରି ସେହି ପରମ୍ପରା ଭାଙ୍ଗିଥିଲେ। ୨୦୧୭ରେ ମୋଦୀ ସରକାର ଅମଳରେ ଫେବ୍ରୁଆରି ୧ ତାରିଖରେ ବଜେଟ୍‌ ଉପସ୍ଥାପନ ପରମ୍ପରା ଆରମ୍ଭ ହୋଇଛି। ଚଳିତ ବର୍ଷ କର୍ତ୍ତବ୍ୟ ଭବନରେ ପ୍ରଥମ ଥର ପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇଛି। କର୍ତ୍ତବ୍ୟ ଭବନ ହେଉଛି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଯାହା ଏକ ମୁଖ୍ୟ ପ୍ରଶାସନିକ କୋଠା ଭାବେ ଉଭା ହୋଇଛି। ଏଥି ସହିତ ଆଉ ଏକ ଉପନିବେଶବାଦ ପରମ୍ପରାର ଅନ୍ତ ହୋଇଛି। ପୂର୍ବରୁ ନର୍ଥ ବ୍ଲକ୍‌କୁ ଆସି ଅର୍ଥମନ୍ତ୍ରୀ ବଜେଟ୍‌ ପ୍ରସ୍ତୁତ କରୁଥିଲେ।