ଓଡ଼ିଶାରେ ପ୍ରଥମ ଷ୍ଟୋର ଖୋଲିଲା ଲାଇଫଷ୍ଟାଇଲ

ଓଡ଼ିଶାରେ ପ୍ରଥମ ଷ୍ଟୋର ଖୋଲିଲା ଲାଇଫଷ୍ଟାଇଲ

????????????????????????????????????

ଭୁବନେଶର: ଭାରତର ସବୁଠୁ ପସନ୍ଦଯୋଗ୍ୟ ଫେସନ୍‌ ଷ୍ଟୋର ଚେନ, ଲାଇଫ୍‌ଷ୍ଟାଇଲ୍‌୍‌ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଉନ୍ମୋଚନ କରାଯାଇଛି। ନୂତନ ଭାବେ ଖୋଲାଯାଇଥିବା ଷ୍ଟୋର୍‌ ସହରରେ ପ୍ରଥମ ହୋଇଥିବା ବେଳେ ସାରା ଭାରତରେ ୭୩ତମ ଷ୍ଟୋର୍‌। ଏହି ଷ୍ଟୋର୍‌ ସ୍ୱତନ୍ତ୍ର ଧରଣର ଫେସନ୍‌ ସାମଗ୍ରୀ, ଶ୍ରେଷ୍ଠ ଶ୍ରେଣୀର ଷ୍ଟୋର୍‌ ଫିକ୍ସଚର୍‌ ଓ ଅଗ୍ରଣୀ ଜାତୀୟ ଓ ଆ‘ର୍ଜାତିକ ବ୍ରାଣ୍ଡ୍‌ରୁ ଚୟନ ଜରିଆରେ ଗ୍ରାହକମାନଙ୍କୁ ବିଲୀନ ହୋଇଯିବା ଭଳି ସପିଙ୍ଗ ଅନୁଭୂତି ପ୍ରଦାନ କରିବ।
ନୂଆ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର ଦୁଇଟି ମହଲାରେ ୪୫ ହଜାର ବର୍ଗଫୁଟ୍‌ ଅଂଚଳ ପରିବ୍ୟାପ୍ତ। ଏହା ନିରବଚ୍ଛିନ୍ନ ସପିଙ୍ଗ୍‌ ପରିବେଶ ପ୍ରଦାନ କରୁଥିବା ବେଳେ ଷ୍ଟୋର୍‌ରେ ଟ୍ରେଣ୍ଡି ଓ ଫେସନେବଲ୍‌ ବିକଳ୍ପ ରହିଛି ଯେଉଁଥିପାଇଁ ଲାଇଫ୍‌ଷ୍ଟାଇଲ୍‌ ପରିଚିତ। ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାଟେଂଜ୍‌ ପଏଂଟ୍‌ରେ ଫୋକାଲ୍‌ ଡିସ୍‌ପ୍ଲେ କରାଯାଇଛି ଓ ଷ୍ଟୋର୍‌ରେ ଗ୍ରାହକଙ୍କ ପ୍ରବାହକୁ ତାହା ପରିଚାଳିତ କରୁଛି। ଏହି ଷ୍ଟୋର୍‌ ଖୋଲିବା ସହିତ କ୍ୟୁରେଟେଡ୍‌ କଲେକ୍ସନ୍‌ ଓ ସ୍ୱତନ୍ତ୍ର ରିଟେଲ୍‌ ଅନୁଭୂତି ଜରିଆରେ ଲାଇଫ୍‌ଷ୍ଟାଇଲ୍‌ ଏହାର ଗ୍ରାହକଙ୍କ ପାଇଁ ଅଂଶଗ୍ରହଣକାରୀ ଓ ସଂପୃକ୍ତି ପ୍ରବାହ ଭିତ୍ତିକ ଅନୁଭୂତି ଜାରି ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe