ନୂଆ ଆୟକର ବିଲ୍‌ ଉପରେ ସିଲେକ୍ଟ କମିଟିର ପ୍ରଥମ ବୈଠକ

Advertisment

ନୂଆ ଆୟକର ବିଲ୍‌କୁ ନେଇ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଲୋକସଭା ସିଲେକ୍ଟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ନୂଆ ଆୟକର ବିଲ୍‌କୁ ନେଇ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଲୋକସଭା ସିଲେକ୍ଟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

କର୍ପୋରେଟ୍‌ ଜଗତକୁ ଟିକସ ନୋଟିସ୍‌ ଚିନ୍ତା

ନୂଆଦିଲ୍ଲୀ: ନୂଆ ଆୟକର ବିଲ୍‌କୁ ନେଇ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଲୋକସଭା ସିଲେକ୍ଟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବିଲ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କମିଟିକୁ ଅବଗତ କରାଯାଇଛି। ଛଅ ଦଶନ୍ଧି ପୁରୁଣା ଆୟକର ବିଲ୍ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବିଲ୍‌ରେ ବହୁ ବ୍ୟବସ୍ଥାର ସରଳୀକରଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସଂସଦର ବଜେଟ୍‌ ଅଧିବେଶନର ପ୍ରଥମ ଭାଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ବିଲ୍‌କୁ ଆଗତ କରିଥିଲେ। ତା‌ଙ୍କ ଅନୁରୋଧକ୍ରମେ ସେହି ବିଲ୍‌କୁ ସିଲେକ୍ଟ କମିଟିର ଅନୁଧ୍ୟାନ ପାଇଁ ପଠାଯାଇଛି। ନୂଆ ବିଲ୍‌ରେ ଅନେକ ଜଟିଳ ଓ କ୍ଳିଷ୍ଟ ଶବ୍ଦକୁ ହଟାଇ ସରଳ ଭାଷାର ବ୍ୟବହାର କରାଯାଇଛି।

ବିଲ୍‌କୁ ଛୋଟ କରାଯାଇଛି ଏବଂ ‘ଟିକସ ବର୍ଷ’ ଭଳି ସରଳ ଶବ୍ଦ ବ୍ୟବହାର କରାଯାଇଛି। ଚଳିତ ମାସ ୧୪ରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏକ ୩୧ ଜଣିଆ ସିଲେକ୍ଟ କମିଟି ଗଠନ କରିଥିଲେ। କମିଟିରେ ଓଡ଼ିଶାରୁ ଅନ୍ୟତମ ବିଜେପି ନେତା ଭର୍ତୃହରି ମହତାବ ସଦସ୍ୟ ରହିଛନ୍ତି। ତାଙ୍କ ବ୍ୟତୀତ ବିଜେପିର ନିଶିକାନ୍ତ ଦୁବେ, ପି ପି ଚୌଧୁରୀ, ଅନିଲ ବଲୁନି, କଂଗ୍ରେସର ଦୀପିନ୍ଦର ସିଂହ ହୁଡା, ଟିଏମ୍‌ସିର ମହୁଆ ମୋଇତ୍ର, ଏନ୍‌ସିପି (ଏସ୍‌ପି)ର ସୁପ୍ରିୟା ସୁଲେ ଓ ଆର୍‌ଏସ୍‌ପିର ଏନ୍ କେ ପ୍ରେମଚନ୍ଦ୍ରନ ସଦସ୍ୟ ରହିଛନ୍ତି। କମିଟି ଏହାର ରିପୋର୍ଟ ମୌସୁମୀ ଅଧିବେଶନର ପ୍ରଥମ ଦିନ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe