ଅକ୍ଟୋବରରେ ୩୯,୨୦୦ କୋଟିର ବିତ୍ତୀୟ ନିଅଣ୍ଟ

Advertisment
ଅକ୍ଟୋବରରେ ୩୯,୨୦୦ କୋଟିର ବିତ୍ତୀୟ ନିଅଣ୍ଟ

India TV News

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା କେନ୍ଦ୍ର ସରକାର ୧.୪୩ ଲକ୍ଷ କୋଟି ଟଙ୍କାର ଆୟ କରିଥିବା ବେଳେ ୧.୮୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି। ଆୟ ଠାରୁ ବ୍ୟୟ ୩୯,୨୦୦ କୋଟି ଟଙ୍କା ଅଧିକ ରହିଛି। ଗତବର୍ଷ ଏହି ସମୟରେ ଆୟ ବ୍ୟୟ ଭିତରେ ଅନ୍ତର ୬୮,୯୦୦ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ଆୟ ଠାରୁ ବ୍ୟୟ ଅଧିକ ହେଲେ ବିତ୍ତୀୟ ନିଅଣ୍ଟ ଦେଖାଦିଏ। ଆୟ ଠାରୁ ବ୍ୟୟ କମ୍ ରହିଲେ ବିତ୍ତୀୟ ବଳକା ସୃଷ୍ଟି ହୁଏ। ଅକ୍ଟୋବର ସୁଦ୍ଧା ଟିକସ ରାଜସ୍ବ ୧.୫୪ ଲକ୍ଷ କୋଟି ଟଙ୍କା ରହିଛି ଯାହା ଗତବର୍ଷର ଏହି ମାସର ୧.୩୨ ଲକ୍ଷ କୋଟି ଟଙ୍କା ତୁଳନାରେ ଅଧିକ। ରାଜସ୍ବ ନିଅଣ୍ଟ ପରିମାଣ ୯,୪୦୦ କୋଟି ଟଙ୍କା ରହିଛି ।

ପ୍ରମୁଖ ୮ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୨.୫% ହ୍ରାସ
ନୂଆଦିଲ୍ଲୀ : ଦେଶର ଶିଳ୍ପ କ୍ଷେତ୍ର ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରୁଥିବା ଆଠଟି ପ୍ରମୁଖ କ୍ଷେତ୍ରର ଅଭିବୃଦ୍ଧି ଅକ୍ଟୋବର ମାସରେ ୨.୫ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ଅକ୍ଟୋବରରେ କୋଇଲା ଉତ୍ପାଦନ ୧୧.୬ ପ୍ରତିଶତ ବଢ଼ିଥିବା ବେଳେ ଅଶୋଧିତ ତୈଳ ଉତ୍ପାଦନ ୬.୨ ପ୍ରତିଶତ, ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ ୮.୬ ପ୍ରତିଶତ, ବିଶୋଧିତ ଉତ୍ପାଦ ଉତ୍ପାଦନ ୧୭ ପ୍ରତିଶତ ଓ ଇସ୍ପାତ ଉତ୍ପାଦନ ୨.୭ ପ୍ରତିଶତ ହ୍ରାସ ପାଇଛି। ସେହି ସମୟରେ କିନ୍ତୁ ସାର ଉତ୍ପାଦନ ୬.୩ ପ୍ରତିଶତ, ସିମେଣ୍ଟ୍‌ ଉତ୍ପାଦନ ୨.୮ ପ୍ରତିଶତ ଓ ବିଦ୍ୟୁତ ଉତ୍ପାଦନ ୧୦.୫ ପ୍ରତିଶତ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe