Image Courtesy: News Live
ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଧନୀ ତଥା ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ବନ୍ଦର ପ୍ରକଳ୍ପକୁ ମତ୍ସ୍ୟଜୀବୀମାନେ ବିରୋଧ କରିଛନ୍ତି। ଦକ୍ଷିଣ ଭାରତରେ ଆଦାନି ଗ୍ରୁପ୍ ପକ୍ଷରୁ ଭିଝିଞ୍ଜାମ୍ ମେଗା ବନ୍ଦର ପ୍ରକଳ୍ପ ସ୍ଥାପନ କରିବା ଯୋଜନା ରହିଛି। ମାତ୍ର ସ୍ଥାନୀୟ ମତ୍ସ୍ୟଜୀବୀମାନେ ରାସ୍ତା ବନ୍ଦ କରିଦେବାରୁ ସେଠାରେ ଆଉ ନିର୍ମାଣ କାର୍ଯ୍ୟ ସମ୍ଭବ ହେଉନାହିଁ। ବନ୍ଦରକୁ ବିରୋଧ କରି ସ୍ଥାନୀୟ ଲୋକମାନେ ପ୍ରତିବାଦ କରୁଥିବାରୁ ସ୍ଥିତି ଉପରେ ନଜର ରଖିବା ଲାଗି ପ୍ରତିଦିନ ପ୍ରାୟ ୩୦୦ ପୁଲିସ ସେହି ଅଞ୍ଚଳରେ ପଇଁତରା ମାରୁଛନ୍ତି। ୨୦୧୫ ଡିସେମ୍ବରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ସ୍ଥାନୀୟ ୫୬,୦୦୦ ମତ୍ସ୍ୟଜୀବୀଙ୍କ ଜୀବିକା ପତି ବିପଦ ବୋଲି କୁହାଯାଉଛି।
Follow Us