ସତର୍କ କଲା ଫିଚ୍‌: ୨୦୨୪ରେ ଅଶୋଧିତ ତେଲ ଦର ୧୨୦ ଡଲାର ରହିବ

ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ବିଶ୍ବ ଅର୍ଥନୀତିକୁ ୨୦୨୪ ମସିହାରେ ଅଧିକ ପ୍ରଭାବିତ କରିବ। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ। ‌ଅଶୋଧିତ ତେଲ ଦର ଉଚ୍ଚା ରହିବା କାରଣରୁ ଭାରତରେ ମୁଦ୍ରାସ୍ଫୀତି ଆଶାଠାରୁ ଅଧିକ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ସତର୍କ କରାଇ ଦେଇଛି। ଅବଶ୍ୟ ଅଶୋଧିତ ତେଲ ଦର ୨୦୨୫ରେ କମିବ। ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁ ତୁର୍କୀରେ ମୁଦ୍ରାସ୍ଫୀତି ସବୁଠୁ ଅଧିକ ବଢ଼ିବ। ଏହା ପଛକୁ ଯଥାକ୍ରମେ ଭାରତ ଏବଂ ପୋଲାଣ୍ଡ ରହିବେ ବୋଲି ଫିଚ୍‌ କହିଛି।

୨୦୨୪‌ରେ ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ୧୨୦ ଡଲାର ଭଳି ଉଚ୍ଚସ୍ତରରେ ରହିବ। ୨୦୨୫ରେ ଯଦିଓ ଏହା କିଛିଟା କମିବ କିନ୍ତୁ ୧୦୦ ଡଲାର ଭଳି ସ୍ତରରେ ରହିବ। ଯୋଗାଣ କଟକଣା କାରଣରୁ ଏଭଳି ସ୍ଥିତି ଉପୁଜିବ। ମଧ୍ୟପ୍ରାଚ୍ୟରେ ଭୌଗୋଳିକ ଓ ରାଜନୈତିକ ଅସ୍ଥିରତା ଫଳରେ ୨୦୨୪ରେ ବିଶ୍ବର ଜିଡିପି ଅଭିବୃଦ୍ଧି ୦.୪ ପ୍ରତିଶତ ହ୍ରାସ ପାଇବ। କିନ୍ତୁ ୨୦୨୫ରେ ଅଭିବୃଦ୍ଧି ୦.୧ ପ୍ରତିଶତ କମିବ। ଭାରତ ସଂପର୍କରେ ଉକ୍ତ ସଂସ୍ଥା ଆକଳନ କରିଛି ଯେ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ରହିବ ଏବଂ ୨୦୨୪-୨୫ରେ ଏହା ୬.୫ ପ୍ରତିଶତକୁ ବଢ଼ିବ। ଉଲ୍ଲେଖଯୋଗ୍ୟ ଭାରତ ଗତ ମାସରେ ବ୍ୟାରେଲ ପିଛା ହାରାହାରି ୯୦.୦୮ ଡଲାରରେ ଅଶୋଧିତ ତେଲ କିଣିଥିଲା। କିନ୍ତୁ ନଭେମ୍ବରରେ ଏହା ୮୫.୫୫ ଡଲାରକୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe