Image Source: Hindustan Times
ନୂଆଦିଲ୍ଲୀ: ବିମାନ ଓ ରେଳ ଚଳାଚଳ ଉପରେ କଟକଣା ମେ ୩ ତାରିଖକୁ ଟପିଯାଇ ପାରେ ବୋଲି ଶନିବାର ଦିନ କେନ୍ଦ୍ରମନ୍ତ୍ରୀମାନଙ୍କର ବୈଠକରେ ଭାଗ ନେଇଥିବା ଅନ୍ୟୂନ ତିନିଜଣ ମନ୍ତ୍ରୀ ସେମାନଙ୍କର ନାମ ଗୋପନ ରଖିବାକୁ କହି କହିଛନ୍ତି। କରୋନାଭାଇରସ୍ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ସମୁଦାୟ ୪୦ ଦିନର ଲକ୍ଡାଉନ୍ ମେ ୩ ତାରିଖ ଦିନ ଶେଷ ହେବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଓ ତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଭାଗ ନେଇଥିବା ଜନୈକ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମେ ୧୫ ତାରିଖ ଦିନ ବିମାନ ଚଳାଚଳ ଆରମ୍ଭ କରିପାରେ। ଏଠରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ଯେ ଏ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୌଣସି ନିଷ୍ପତ୍ତି ନେଇନାହିଁ।
Image Source: India Todayଏହି ବୈଠକରେ ଯୋଗ ଦେଇ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ବିମାନ ଓ ରେଳ ଚଳାଚଳ କେବେ ଆରମ୍ଭ ହେବ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଆଲୋଚନା ହୋଇନାହିଁ। ବରଂ ଏଥିପାଇଁ ଆହୁରି ସମୟ ଲାଗିବ କହିବା ଭଲ। ନିଶ୍ଚୟ ମେ ୩ ତାରିଖ ଟପିଯିବ। ସତ କହିବାକୁ ଗଲେ ସବା ଶେଷକୁ ହିଁ ଏ ଦୁଇଟି ଗମନାଗମନ ମାଧ୍ୟମକୁ ଅନୁମତି ମିଳିପାରେ।
Follow Us