ଜାନୁଆରି ୨୦ରୁ ୨୪ ତାରିଖ ମଧ୍ୟରେ ଚାଲିବ ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂସ ଡେ ସେଲ୍‌, ସ୍ମାର୍ଟଫୋନ୍‌ ଉପରେ ବିଶେଷ ରିହାତି

Advertisment
ଜାନୁଆରି ୨୦ରୁ ୨୪ ତାରିଖ ମଧ୍ୟରେ ଚାଲିବ ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂସ ଡେ ସେଲ୍‌, ସ୍ମାର୍ଟଫୋନ୍‌ ଉପରେ ବିଶେଷ ରିହାତି

www.indiatoday.in

ମୁମ୍ବାଇ: ଗ୍ରାହକମାନଙ୍କ ପାଇଁ ଆଉ ଏକ ବଡ଼ ସେଲ୍‌ ନେଇ ଆସିଛି ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ। ଜାନୁଆରି ୨୦ରୁ ୨୪ ତାରିଖ ମଧ୍ୟରେ ଚାଲିବ ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂସ ଡେ ସେଲ୍‌। ତେବେ ଫ୍ଲିପ୍‌କାର୍ଟର ପ୍ଲସ୍‌ ମେମ୍ବରଙ୍କ ପାଇଁ ଏହି ସେଲ୍‌ ୧୯ ତାରିଖରୁ ହେବାକୁ ଯାଉଛି। ସେହିପରି ଫ୍ଲିପ୍‌କାର୍ଟର ପ୍ରତିଦ୍ବନ୍ଦୀ ଇ-କମର୍ସ କମ୍ପାନି ଆମାଜୋନ୍‌ ତାହାର ରିପବ୍ଲିକ୍‌ ଡେ ସେଲ୍‌ ଘୋଷଣା କରିଛି।

ଯଦିଓ କେଉଁ ସ୍ମାଟ୍‌ଫୋନ୍‌ ଉପରେ କେତେ ପ୍ରତିଶତ ରିହାତି ମିଳିବ ସେ ନେଇ କମ୍ପାନି ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ, ମାତ୍ର କେଉଁ କେଉଁ ସ୍ମାର୍ଟଫୋନ୍ ଉପରେ‌ ଏହି ସେଲ୍‌ କାଳରେ ରିହାତି ମିଳିବ ସେ ନେଇ ସୂଚନା ଦିଆଯାଇଛି। ସେହି ସ୍ମାର୍ଟଫୋନ୍‌ଗୁଡ଼ିକ ମଧ୍ୟରେ ରହିଛି ସାମସଙ୍ଗ ଗାଲାକ୍ସି ଏଫ୍ ୪୧, ମୋଟୋ ଜି ୫ଜି, ଆଇଫୋନ୍ ଏକ୍ସଆର୍, ସାମସଙ୍ଗ ଏସ୍‌୨୦ +।

ଜାଣିବାକୁ ମିଳିଛି ଯେ ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜ୍ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ, ହେଡଫୋନ୍ ଏବଂ ସ୍ପିକରରେ ୭୦ ପ୍ରତିଶତ ପର୍ଯ୍ୟନ୍ତ, ସର୍ବୋତ୍ତମ ବିକ୍ରି ହେଉଥିବା ଲାପଟାପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ, ଗୃହ ଓ ରୋଷେଇ ସରଞ୍ଜାମ‌ରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଛି।

ସାଧାରଣ ରିହାତି ବ୍ୟତୀତ ଫ୍ଲିପକାର୍ଟ ଏକ ନୂତନ ଅଭିଯାନ ଆଣିଛି ଯାହା ଉପଭୋକ୍ତାଙ୍କୁ ମାଗଣା ସ୍ମାର୍ଟଫୋନ୍ ପ୍ରଦାନ କରିବ। ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ପ୍ରୋଗ୍ରାମ୍ ଅଧୀନରେ ଏକ ମାଗଣା ସ୍ମାର୍ଟଫୋନ୍ ପାଇବାକୁ କ୍ରେତାମାନଙ୍କୁ ଏକ ସୁଯୋଗ ମିଳିବି। ସ୍ମାର୍ଟପ୍ୟାକ୍ ସବସ୍କ୍ରିପସନ୍ ନୂତନ ସ୍ମାର୍ଟଫୋନ୍ କ୍ରୟ ଉପରେ ଏକ ସୁନିଶ୍ଚିତ ପେ-ବ୍ୟାକ୍ ପ୍ରଦାନ କରେ। ଗୋଟାଏ ୧୨ ମାସ ଓ ଗୋଟାଏ ୧୮ ମାସର ଦୁଇଟି ସବ୍‌ସ୍କ୍ରିପ୍‌ସନ ଉପଲବ୍ଧ ହେବ। ଜାନୁଆରୀ ୧୭ରୁ ସବସ୍କ୍ରିପସନ୍ ପ୍ୟାକ୍ ଉପଲବ୍ଧ ହେବ।

ସବ୍‌ସ୍କ୍ରିପସନ୍‌ ପାଇଁ ଆପଣଙ୍କର ଫ୍ଲିପକାର୍ଟ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ। ଆପଣ ଚାହୁଁଥିବା ସ୍ମାର୍ଟଫୋନ୍ ବାଛନ୍ତୁ। ଆପଣଙ୍କ ପସନ୍ଦର ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ବାଛନ୍ତୁ ଯେଉଁଥିରେ ସୁନା, ରୂପା, ବ୍ରୋଞ୍ଜ ମଧ୍ୟ ଅନ୍ତର୍ଭୁକ୍ତ। ଥରେ ଆପଣ ପ୍ୟାକ୍ ବାଛିଲେ, ଆପଣଙ୍କୁ ସଦସ୍ୟତା ଅବଧି ୧୨ ମାସ କିମ୍ବା ୧୮ ମାସ ଚୟନ କରିବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe