ଆରମ୍ଭ ହେଲା ସେଲ୍‌: ସ୍ମାର୍ଟଫୋନ୍‌ ଉପରେ ବମ୍ପର୍‌ ଅଫର୍‌, ଶସ୍ତାରେ ଉପଲବ୍ଧ ହେଲା ୫ଜି ଫୋନ୍‌

ମୋବାଇଲ୍‌ ଗ୍ରାହକ ଲକ୍ଷେ ୪୬ ହଜାର ବଢ଼ିଲେ: ଦୁଇ କମ୍ପାନି ଗ୍ରାହକ ଯୋଡ଼ିଲେ, ଅନ୍ୟ ଦୁଇ ହରାଇଲେ

My Mobile India

ମୁମ୍ବାଇ: ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ନୂଆ ସେଲ୍‌ ଆରମ୍ଭ ହୋଇଯାଇଛି। ଜୁନ୍‌ ୨୩ରୁ ଜୁନ୍‌ ୨୭ ମଧ୍ୟରେ ଆରମ୍ଭ ହୋଇଥିବା ଫ୍ଲିପ୍‌କାର୍ଟର ସେଲ୍‌ରେ ଇଲେକଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ୍‌ ସହିତ ଅନ୍ୟ କେ‌ତେକ ସମାଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରାଯାଉଛି। ଏହି ସେଲ୍‌ରେ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ ରିହାତି ମିଳୁଛି।

ଯଦି ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବାର ଯୋଜନା କରୁଛନ୍ତି ତ ଏହି ସେଲ୍‌ର ଲାଭ ଉଠାନ୍ତୁ। ସେଲ୍‌ରେ ନୋ-କଷ୍ଟ୍‌ ଇଏମ୍‌ଆଇ ଏବଂ ଫେରସ୍ତ ଅଫର୍‌ ବି ଉପଲବ୍ଧ। ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଆପଣଙ୍କୁ ରିୟଲ୍‌ ମି, ଜିଓମି, ପୋକୋ ଏବଂ ଭିଭୋ ସମେତ ଅନେକ ବ୍ର‌ାଣ୍ଡ୍‌ର ଫୋନ୍‌ ଉପରେ ରିହାତି ମିଳିବ।

ଭାରତରେ ଖୁବ୍ ଶୀଘ୍ର ୫ଜି ନେଟ୍‌ୱର୍କ ଲଞ୍ଚ୍‌ ହେବାକୁ ଯାଉଛି। ସେହିକାରଣରୁ ନୂଆ ଫୋନ୍‌ କିଣିବାକୁ ଇଛା ରଖିଥିବା ଗ୍ରାହକମାନେ ୫ଜିକୁ ଅଧିକ ଗୁରୁତ୍ବ ଦେବା ସ୍ବାଭାବିକ। ତେଣୁ ଆପଣଙ୍କୁ ଖୁବ୍‌ କମ୍‌ ଦରରେ ୫ଜି ଫୋନ୍‌ ବି ମିଳିଯିବ ଏହି ସେଲ୍‌ରେ।

ଆପଣ ଯଦି ଭିଭୋ ଟି୧ ୫ଜି କିଣିବେ ତାହାଲେ ଆପଣଙ୍କୁ ଏହି ସେଟ୍‌ଟି ୧୪,୪୯୦ ଟଙ୍କାରେ ମିଳିଯିବ। ସେଲ୍‌ରେ ଆପଣଙ୍କୁ ରିୟଲ୍‌ମି ୯ ପ୍ରୋ ପ୍ଲସ୍‌ ୨୦ ହଜାରରୁ କମ୍‌ ଟଙ୍କାରେ ମିଳିଯିବ। ସେହିପରି ଜିଆମି ୧୧ଆଇ ୫ଜି ଆସିଯିବ ୧୯,୯୯୯ ଟଙ୍କାରେ। ପୋକୋ ଏମ୍‌ଜି୫ଜିକୁ ଆପଣ ୧୦,୯୯୯ ଟଙ୍କାରେ କିଣିପାରିବେ। ସେହିପରି ରିୟଲ୍‌ ମି ୯ ପ୍ରୋ ୫ଜି ଏହି ସେଲ୍‌ରେ ମିଳୁଛି ମାତ୍ର ୧୬, ୪୯୯ ଟଙ୍କାରେ। ଏହିପରି ଆହୁରି ଅନେକ ସେଲ୍‌ଫୋନ୍‌ ଉପରେ ରିହାତି ରହିଛି, ଯାହା ଆପଣ ଫ୍ଲିପ୍‌କାର୍ଟକୁ ଯାଇ ଦେଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe