ୱାଲମାର୍ଟ ଇଣ୍ଡିଆକୁ କିଣିଲା ଫ୍ଲିପକାର୍ଟ, ଆସନ୍ତା ମାସରୁ ଆରମ୍ଭ କରିବ 'ଫ୍ଲିପକାର୍ଟ ହୋଲସେଲ'

Advertisment
ଏହି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟର ବହୁ ପ୍ରତୀକ୍ଷିତ ‘ବିଗ୍‌ ବିଲିୟନ୍‌ ଡେ ସେଲ୍‌’

Image Source: Free Press Journal

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରୁପ୍ ୱାଲମାର୍ଟ ଇଣ୍ଡିଆକୁ କିଣିଛି। ଫ୍ଲିପକାର୍ଟ ୱାଲମାର୍ଟ ଇଣ୍ଡିଆର ୧୦୦% ଅଂଶଧନ ହାସଲ କରିଛି | ଏହା ସହିତ ଫ୍ଲିପକାର୍ଟ ଏକ ନୂତନ ଡିଜିଟାଲ ମାର୍କେଟପ୍ଲେସ୍ ଫ୍ଲିପକାର୍ଟ ହୋଲସେଲ ମଧ୍ୟ ଆଣିବାକୁ ଯାଉଛି | ଫ୍ଲିପକାର୍ଟ ୱାଲମାର୍ଟ ଇଣ୍ଡିଆର ଶକ୍ତିଶାଳୀ ହୋଲସେଲ କ୍ଷମତାର ଲାଭ ଉଠାଇବା ସଙ୍ଗେ ସଙ୍ଗେ କମ୍ପାନୀର ଗ୍ରୋସରୀ(ତେଜରାତି) ବ୍ୟବସାୟକୁ ମଧ୍ୟ ମଜବୁତ କରିବ |

ଫ୍ଲିପକାର୍ଟ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି, “ଫ୍ଲିପକାର୍ଟ ହୋଲସେଲ ଟେକ୍ନୋଲୋଜି, ଲଜିଷ୍ଟିକ୍ସ ଏବଂ ସମଗ୍ର ଭାରତରେ ଛୋଟ ବ୍ୟବସାୟକୁ ଆର୍ଥିକ ସହାୟତା ଦେବା ପାଇଁ ଏହାର ସାମର୍ଥ୍ୟ ବୃଦ୍ଧି କରିବ। ’ଫ୍ଲିପକାର୍ଟ ହୋଲସେଲ ୟୁନିଟ୍ ଅଗଷ୍ଟରେ ଲଞ୍ଚ ହେବ ଏବଂ ପ୍ରଥମେ ଗ୍ରୋସରୀ ଏବଂ ଫ୍ୟାଶନ୍ ବର୍ଗର ସେବା ଯୋଗାଇବ । ଏଠାରେ ସୂଚନା ଥାଉ କି ପ୍ରାୟ ଦୁଇ ବର୍ଷ ପୂର୍ବେ ୱାଲମାର୍ଟ ଫ୍ଲିପକାର୍ଟକୁ ୧୬ ବିଲିୟନ ଡଲାରରେ ୭୭ ପ୍ରତିଶତ ଅଂଶଧନ କିଣିଥିଲା ।

publive-image Moneycontrol

ବର୍ତ୍ତମାନ ଫ୍ଲିପକାର୍ଟ ନିଜେ ୱାଲମାର୍ଟ ଇଣ୍ଡିଆକୁ କିଣିଛି। କମ୍ପାନୀ ଏଭଳି ଏକ ସମୟରେ ଏହି ଚୁକ୍ତି କରିଛି ଯେତେବେଳେ ରିଲାଏନ୍ସର ଜିଓମାର୍ଟ ଦେଶର ଇ-ବାଣିଜ୍ୟ କ୍ଷେତ୍ରରେ ଦ୍ରୁତ ଗତିରେ ଗତି କରୁଛି। ଫ୍ଲିପକାର୍ଟ ହୋଲସେଲ ଲଞ୍ଚ ହେବା ପରେ କମ୍ପାନୀ ଜିଓମାର୍ଟ, ଉଡାନ, ମେଟ୍ରୋ କ୍ୟାଶ ଆଣ୍ଡ କ୍ୟାରି ଏବଂ ଆମାଜନର ବିଟୁବି ଡିଭିଜନ ସହ ପ୍ରତ୍ୟକ୍ଷ ପ୍ରତିଯୋଗିତା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe