ଫ୍ଲିପ୍‌କାର୍ଟର ସବୁ ସେବା ବନ୍ଦ, ଡେଲିଭରି ବଏ ସାମଗ୍ରୀ ପହଞ୍ଚାଇ ପାରୁନାହାନ୍ତି

Advertisment
ଏହି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟର ବହୁ ପ୍ରତୀକ୍ଷିତ ‘ବିଗ୍‌ ବିଲିୟନ୍‌ ଡେ ସେଲ୍‌’

Image Source: Free Press Journal

ବେଙ୍ଗାଲୁରୁ : ଦେଶର ଅଗ୍ରଣୀ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏହାର ସମସ୍ତ ସେବାକୁ ବନ୍ଦ କରିଦେଇଛି। କରୋନା ଭୂତାଣୁର ମୁକାବିଲା ଲାଗି ଦେଶରେ ୨୧ ଦିନ ତାଲା ବନ୍ଦ ଘୋଷଣା କରାଯାଇଥିବାରୁ କଂପାନି ଏଭଳି ପଦକ୍ଷେପ ନେଇଛି। କଂପାନି ଏହାର ୱେବସାଇଟ୍‌ରେ ଏକ ବାର୍ତା ଦିଆଯାଇଛି ‌ଯେଉଁଥିରେ କଂପାନି ଜଣାଇଛି ଯେ ସାମୟିକ ସମୟ ପାଇଁ କରବାର ବନ୍ଦ ରଖାଯାଇଛି। ଆପଣଙ୍କ ଆବଶ୍ୟକତା ଆମ ପାଇଁ ସବୁଠୁ ବଡ଼ ପ୍ରାଥମିକତା। ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଯଥାଶୀଘ୍ର ସମ୍ଭବ ଆମେ ଆପଣଙ୍କୁ ସେବା ଯୋଗାଇବା ପାଇଁ ଫେରିବୁ। ଗ୍ରାହକମାନଙ୍କୁ ଘରେ ରହିବା ଓ ସୁରକ୍ଷିତ ରହିବା ପାଇଁ କଂପାନି ପରାମର୍ଶ ଦେଇଛି।

ଦେଶରେ ଜନ ସାଧାରଣ ଓ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିବାରୁ ଫ୍ଲିପକାର୍ଟର କାରବାର ପ୍ରଭାବିତ ହୋଇଛି। ଏହା ବରାଦ ଅନୁସାରେ ଗ୍ରାହକଙ୍କ ପାଖରେ ସାମଗ୍ରୀ ପହଂଚାଇପାରୁନି। ଆମାଜନ, ସ୍ନାପଡିଲ, ବିଗ୍ ବାସ୍କେଟ୍‌ ଓ ଗ୍ରୋଫର ଭଳି ସଂସ୍ଥା ମଧ୍ୟ ଗ୍ରାହକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା ଲାଗି ସଂଘର୍ଷ କରୁଛନ୍ତି। ଖାଦ୍ୟ ସାମଗ୍ରୀ, ଔଷଧ, ମେଡିକାଲ ଉପକରଣ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଇ-କମର୍ସ କଂପାନିଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି। ମାତ୍ର ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଆମାଜନ୍ ମଧ୍ୟ ସମାନ ଧରଣର ସମସ୍ୟା ସାମ୍ନା କରୁଛନ୍ତି କିନ୍ତୁ କାରବାରକୁ ବନ୍ଦ କରିନାହାନ୍ତି। ଏହା କେବଳ କିଛି ନିର୍ଦିଷ୍ଟ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚାଉଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ କଂପାନି ଡେଲିଭରି ଦେଉଛି। ଅନ୍ୟ ସବୁ ସାମଗ୍ରୀକୁ ସାମୟିକ ସମୟ ଲାଗି ବନ୍ଦ ରଖାଯାଇଛି। ଫ୍ଲିପ୍‌କାର୍ଟରେ ୫୭୧୦ କର୍ମଚାରୀ ଓ ୩୦ ହଜାର ଡେଲିଭରି କର୍ମଚାରୀ ଅଛନ୍ତି। ଆମାଜନ ପାଖରେ ସମଗ୍ର ବିଶ୍ବରେ ସାଢ଼େ ସାତ ଲକ୍ଷ କର୍ମଚାରୀ ଥିବା ବେଳେ ଭାରତରେ ୫୦ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି। ସବୁ ଇ-କମର୍ସ କଂପାନିଙ୍କର ଭାରତରେ ୧ ଲକ୍ଷ ୮୫ ହଜାର ଡେଲିଭରି କର୍ମଚାରୀ ଅଛନ୍ତି।

ଡେଲିଭରି ବଏ ସାମଗ୍ରୀ ପହଞ୍ଚାଇ ପାରୁନାହାନ୍ତି
ବେଙ୍ଗାଲୁରୁ : ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଡେଲିଭରି ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ଡେଲିଭରି ବଏମାନେ ଲୋକମାନଙ୍କ ପାଖରେ ସାମଗ୍ରୀ ପହଞ୍ଚାଇ ପାରୁନାହାନ୍ତି। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଗାଇଡଲାଇନ୍ ରହିଥିଲେ ମଧ୍ୟ ରାଜ୍ୟଗୁଡ଼ିକ ଭିତରେ ଅଲଗା ଅଲଗା ନିୟମ ଲାଗୁ କରାଯାଇଥିବାରୁ ଡେଲିଭରି ବଏମାନେ ସହଜରେ ଯାତ୍ରା କରିପାରୁନାହାନ୍ତି। ଇ-ଗ୍ରୋସର ପକ୍ଷରୁ ଗୁରୁଗ୍ରାମ ଓ ମୁମ୍ବାଇରେ ବରାଦ ନେବା ବନ୍ଦ କରିଦି୍ରାଯାଇଛି। କାରଣ ସ୍ଥାନୀୟ କର୍ତ୍ତୃପକ୍ଷ ଗୋଦାମ ଘରଗୁଡ଼ିକୁ ବନ୍ଦ କରିଦେଇଥିବା ବେଳେ ଟ୍ରକ୍‌ଗୁଡ଼ିକୁ ଅଟକାଉଛନ୍ତି। ରାଜ୍ୟଗୁଡ଼ିକର ସୀମା ସିଲ୍ କରିଦିଆଯାଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବା କଷ୍ଟକର ହେଉଛି। ଆମାଜନ୍ ଏହାର ସମସ୍ତ ଅଣ ଅତ୍ୟାବଶୃକ ସାମଗ୍ରୀଗୁଡ଼ିକୁ ସାଇଟ୍‌ରୁ ହଟାଇ ନେଇଛି। ଠିକ୍ ସମୟରେ ସାମଗ୍ରୀ ଡେଲିଭରି ହେବାର ଗ୍ୟାରେଂଟି ନାହିଁ ବୋଲି ମଧ୍ୟ ଏହା ଗ୍ରାହକଙ୍କୁ ଜଣାଇ ଦେଉଛି। ସ୍ବାସ୍ଥ୍ୟ ଓ ପରିମଳ ସାମଗ୍ରୀ, ସାନିଟାଇଜର, ବେବି ଫର୍ମୁଲା ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପକରଣର ଡେଲିଭରିକୁ ନିଶ୍ଚିତ କରିବା ଲାଗି ଆମାଜନ ତରଫରୁ ଏହାର ବିକ୍ରେତାଙ୍କ ସହ ସମ୍ପର୍କ ରଖାଯାଇଛି। ଗତ ମାର୍ଚ୍ଚ ୨୩ରେ ଇ-କମର୍ସ କଂପାନିଗୁଡ଼ିକର ଡେଲିଭରି ୪୦% ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe