କଟକ: ‘ଫନି’ ପ୍ରଭାବିତ ପୁରୀ ଜିଲ୍ଲାବାସୀଙ୍କୁ ସହାୟତାର ହାତ ବଢାଇ ନିଜର ସାମଜିକ ପ୍ରତିଶ୍ରୁତିବଦ୍ଧତା ପୁଣି ଥରେ ଦୋହରାଇଛି ଭାରତ ମସଲା। ରାଜ୍ୟରେ ଯେବେ ବି ପ୍ରାକୃତିକ ଦୁର୍ବିପାକ ଘଟିଛି, ସେତେବେଳେ ଭାରତ ମସଲା ପୀଡିତଙ୍କ ପାଖରେ ପହଞ୍ଚିଛି। ବ୍ୟବସାୟ ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ପ୍ରତିଷ୍ଠା ଅର୍ଜନ କରିଥିବା ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପୁରୀ ଜିଲ୍ଲାରେ ପୀଡିତଙ୍କୁ ୧୭ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର, ଶୁଖିଲା ଖାଦ୍ୟ ସାମଗ୍ରୀ, ଘରକରଣା ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହା ସହିତ ଫନି ପୀଡିତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ସହଯୋଗରାଶି ପ୍ରଦାନ କରିଛନ୍ତି। ଭାରତ ମସଲା କେବଳ ବ୍ୟବସାୟ ନୁହେଁ, ସାମାଜିକ ଉତ୍ତରଦାୟିତ୍ବ ନିର୍ବାହରେ ସଦାସର୍ବଦା ସଚେତନ ରହି ଆସିଛି ବୋଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା କହିଛନ୍ତି।
ବାତ୍ୟା ପ୍ରଭାବିତଙ୍କୁ ଭାରତ ମସଲାର ସହାୟତା
Advertisment
Follow Us