zeenews
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଉବେର ଜରିଆରେ ଆପଣ କାର କିମ୍ବା ବାଇକ୍ ବଦଳରେ ଉଡ଼ନ୍ତା କାର ବୁକ୍ କରି ପାରିବେ। ପୃଥିବୀରେ ସବୁଠାରୁ ଶସ୍ତା ଟ୍ୟାକ୍ସି ସେବା ଉପଲବ୍ଧ କରାଉଥିବା ଉବେର କାର ନିର୍ମାତା ହୁଣ୍ଡାଇ ସହିତ ମିଶି ଏକ ଅଲ୍ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ପ୍ରକଳ୍ପ ଉପରେ କାମ କରିବା ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ଏହି ନୂଆ ଉଡ଼ନ୍ତା କାର ଭୂମିଠାରୁ ଅଳ୍ପ ଉଚ୍ଚତାରେ ଉଡ଼ିବ । ଯଦି ପ୍ରକଳ୍ପର ପ୍ରୟୋଗ ସଫଳ ହୁଏ ତେବେ ଖୁବ୍ ଶୀଘ୍ର ଉବେର ଇଲେକ୍ଟ୍ରିକ୍ ଏୟାର ଟାକ୍ସି ସେବା ଆରମ୍ଭ କରିବ।
ଏହି ଏୟାରକ୍ରାଫ୍ଟ ଡିଜାଇନ୍ ସମ୍ପୂର୍ଣ୍ଣ ମାତ୍ରାରେ ଇଲେକ୍ଟ୍ରିକ୍ ଅଟେ। ଏଥିରେ ଡିଷ୍ଟ୍ରିବ୍ୟୁଟେଡ ପ୍ରୋପଲ୍ସସନ୍ ବ୍ୟବହାର କରାଯିବ। ଏହି ଏୟାରକ୍ରାଫ୍ଟକୁ ଉଡାଇବା ପାଇଁ ଇଲେକ୍ଟ୍ରିକ୍ ଚାର୍ଜର ବ୍ୟବହାର କରିବାକୁ ପଡ଼ିବ। ଚାର୍ଜ କରିବା ପାଇଁ ୫ରୁ ୭ ମିନିଟର ସମୟ ଲାଗିବ । ଏହି ଏୟାରକ୍ରାଫ୍ଟକୁ ଏପରି ଡିଜାଇନ୍ କରାଯାଇଛି କି, ଏହା ୧,୦୦୦-୨,୦୦୦ଫୁଟର ଉଚ୍ଚତାରେ ପ୍ରତି ଘଣ୍ଟା ୨୯୦ କିଲୋମିଟର ବେଗରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଉଡି ପାରିବ ବୋଲି କମ୍ପାନି ଦାବି କରିଛି।
zeenewsଏହି ଏୟାରକ୍ରାଫ୍ଟରେ ୪ଜଣ ଲୋକ ବସି ପାରିବାର କ୍ଷମତା ରହିଛି। ଉବେର ଏହି ଏୟାର ଭେଇକିଲକୁ ଏୟରସ୍ପେସ୍ ସପୋର୍ଟ ସର୍ଭିସ୍, ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟେସନ୍ରୁ କନେକ୍ଟ କରି ଓ ଏରିଏଲ ରାଇଡ ସେୟାର ନେଟଓ୍ଵାର୍କକୁ ଆଧାର କରି କଷ୍ଟମର ଇଣ୍ଟରଫେସ୍ ଉପରେ କାମ କରିବ। ଅନ୍ୟପକ୍ଷରେ ହୁଣ୍ଡାଇ ସ୍ପଷ୍ଟ କରିଛି କି ଉବେର ସହିତ ମିଶି ପର୍ସନାଲ ଏୟାର ଭେଇକିଲ ଏସ୍-ଏ-୧ ଉପରେ କାମ କରୁଛି।
Follow Us