ଗ୍ରାହକଙ୍କୁ ଲାଭ ଦେଉଛନ୍ତି ଏଫ୍‌ଏମ୍‌ସିଜି କମ୍ପାନି: ପ୍ୟାକେଟରେ ମିଳୁଛି ଅଧିକ ସାମଗ୍ରୀ

Advertisment
ଗ୍ରାହକଙ୍କୁ ଲାଭ ଦେଉଛନ୍ତି ଏଫ୍‌ଏମ୍‌ସିଜି କମ୍ପାନି: ପ୍ୟାକେଟରେ ମିଳୁଛି ଅଧିକ ସାମଗ୍ରୀ

Facebook

ନୂଆଦିଲ୍ଲୀ: ଗତବର୍ଷ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ସେମାନେ ଦରବୃଦ୍ଧି ନକରି ବିଭିନ୍ନ ପ୍ୟାକେଟ୍‌ର ଆକାର ଓ ଓଜନ କମାଇ ଦେଇଥିଲେ। କିନ୍ତୁ ସେହି ଧାରାରେ ଏବେ ପରିବର୍ତ୍ତନ ଦେଖାଦେଇଛି। ଗତବର୍ଷ ତୁଳନାରେ ଏଫଏମସିଜି କମ୍ପାନିଗୁଡ଼ିକ ମୁଦ୍ରାସ୍ଫୀତିଜନିତ ସମସ୍ୟାର କମ୍ ସମ୍ମୁଖୀନ ହେଉଛନ୍ତି। ସାମଗ୍ରୀ ନିର୍ମାଣରେ ବ୍ୟବହୃତ ବିଭିନ୍ନ ପଦାର୍ଥର ମୂଲ୍ୟ ହ୍ରାସ ପାଇଥିବାରୁ ଏହାର ଲାଭ ସେମାନେ ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି। ମୂଲ୍ୟ ନ କମାଇ ପ୍ୟାକେଟର ଆକାର ଓ ଓଜନ ବଢ଼ାଉଛନ୍ତି। ଏଫଏମସିଜି କମ୍ପାନିର ଅଧିକାରୀଙ୍କ କହିବାନୁଯାୟୀ, ୧୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ୨୫ ଟଙ୍କିଆ ଭଳି ଲୋକପ୍ରିୟ ବର୍ଗର ପ୍ୟାକେଟରେ ଅଧିକ ଓଜନଯୁକ୍ତ ସାମଗ୍ରୀ ପ୍ରଦାନ କରାଯାଉଛି। କାରଣ ଏସବୁ ପ୍ୟାକେଟର ଦରରେ ବାରମ୍ବାର ପରିବର୍ତ୍ତନ ସମ୍ଭବ ନୁହେଁ। ପେପ୍‌ସୀ କମ୍ପାନିର ‌ସଭାପତି ଅହମଦ ଏଲ‌୍‌ଶେଖ୍‌ କହିଛନ୍ତି, ଅନେକ ସ୍ନାକ୍ସ ବ୍ରାଣ୍ଡ୍‌ ପ୍ୟାକ୍‌ରେ ଏଭଳି କରାଯାଇଛି।

ଆଗାମୀ ଦିନରେ ମୁଦ୍ରାସ୍ଫୀତି ଆଉ ବଢ଼ିବନି ବୋଲି ସେ ଆଶା ରଖିଛନ୍ତି। ଗତବର୍ଷକ ମଧ୍ୟରେ ସୂର୍ଯ୍ୟମୁଖୀ, ସୋୟାବିନ ତେଲ ଏବଂ ପାମୋଲିନ ତେଲ ମୂଲ୍ୟରେ ୨୦ରୁ ୨୫ ପ୍ରତିଶତ ହ୍ରାସ ଘଟିଛି। ଦେଶରେ ଏସବୁର ଭଲ ଫସଲ ଏବଂ ବିଶ୍ବ ବଜାରରେ ଦର ହ୍ରାସ ଫଳରେ ଏଭଳି ସ୍ଥିତି ହୋଇଛି। ସେହିଭଳି ସାବୁନ ଏବଂ ଡିଟରଜେଣ୍ଟ ନିର୍ମାଣରେ ବ୍ୟବହୃତ ଏକ ମୁଖ୍ୟ କଞ୍ଚାମାଲ ସୋଡ଼ା ଆସ୍‌ ମୂଲ୍ୟ ହ୍ରାସ ପାଇଛି। ପ୍ୟାକେଜିଂ ମୂଲ୍ୟ ମଧ୍ୟ କମିଛି। ଅତ୍ୟଧିକ ପ୍ରତିଯୋଗିତାମୂଳକ ସାମଗ୍ରୀ ବର୍ଗରେ ବାରମ୍ବାର ମୂଲ୍ୟ ପରିବର୍ତ୍ତନ ସମ୍ଭବ ନୁହେଁ। ତେଣୁ ପ୍ୟାକେଟରେ ଦିଆଯାଉଥିବା ସାମଗ୍ରୀର ଓଜନ ବଢ଼ାଇ ଏହାର ଲାଭ ଗ୍ରାହକଙ୍କୁ ଦିଆଯାଇ ପାରିବ ବୋଲି ପାର୍ଲେ ପ୍ରଡକ୍ଟସର ସିନିୟର କ୍ୟାଟେ‌ଗୋରି ହେଡ୍‌ ମୟଙ୍କ ଶାହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe