ଫୋଡର୍ର ନୂଆ ‘ଆସ୍ପାୟାର୍‌’

Advertisment
ଫୋଡର୍ର ନୂଆ ‘ଆସ୍ପାୟାର୍‌’

ଭୁବନେଶ୍ବର: ଫୋଡର୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ଆସ୍ପାୟାର୍‌କୁ ଉନ୍ମୋଚନ କରାଯାଇଛି। ଏହା ପେଟ୍ରୋଲ୍, ଡିଜେଲ୍ ଓ ଅଟୋମେଟିକ୍ ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ପେଟ୍ରୋଲ୍‌ ମଡେଲ୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ ୫୫୫,୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଡିଜେଲ ମଡେଲ୍‌ ମୂଲ୍ୟ ୬୪୫,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ନୂଆ ଆସ୍ପୟାର୍‌କୁ ଉନ୍ମୋଚନ କରି କଂପାନିର ମହାପ୍ରବନ୍ଧକ ରୁଚିକ୍‌ ଶାହ କହିଛନ୍ତି ଯେ, ଆମର ନୂଆ ଆସ୍ପାୟାର୍‌ ହେଉଛି ଶକ୍ତିଶାଳୀ, ଷ୍ଟାଇଲିସ୍‌ ଓ ବୈଶିଷ୍ଟ୍ୟରେ ଭରପୁର। ଏହା ଉପରେ ଆମେ ଦୁଇ ବର୍ଷର କାରଖାନା ଓ ୩ ବର୍ଷର ବର୍ଦ୍ଧିତ ୱାରେଣ୍ଟି ସହିତ ମୋଟ ୫ ବର୍ଷର ୱାରେଣ୍ଟି ପ୍ରଦାନ କରୁଛୁ ଯାହା ନୂଆ ଆସ୍ପାୟାର୍‌ ଗ୍ରାହକଙ୍କୁ ମାନସିିକ ଶାନ୍ତି ପ୍ରଦାନ କରିବ। ଏଥଇରେ ଇଲେକ୍ଟ୍ରିକ୍ ପାୱାର ଆସିଷ୍ଟେଡ୍‌ ଷ୍ଟିୟରିଂ, ୬.୫ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନମେଣ୍ଟ୍‌ ବ୍ୟବସ୍ଥା, ଆଣ୍ଟି ଲକ୍‌ ବ୍ରେକିଙ୍ଗ ସିଷ୍ଟମ୍ ଓ ଏୟାରବ୍ୟାଗ୍ ଭଳି ସୁବିଧା ରହିଛି। ଏହି ଅବସରରେ ଫୋର୍ଡ ଇଣ୍ଡିଆର ଡିଲର ପ୍ରିନ୍‌ସିପାଲ୍‌ କ୍ୟାପିଟାଲ୍‌ ଫୋର୍ଡର ସତୀଶ ଗର୍ଗ, ଓଡ଼ିଶା ଫୋର୍ଡର ଦୁର୍ଗା ରଥ ଓ ମିନର୍ଭା ଫୋର୍ଡର ଅନିମେଶ ମେହେର ଓ କଂପାନିର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ଅଙ୍କିତ ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe