ଗାଡ଼ି ଦାମ୍ ବଢ଼ାଇଲା ଫୋର୍ଡ

Advertisment
ଗାଡ଼ି ଦାମ୍ ବଢ଼ାଇଲା ଫୋର୍ଡ

India Car News

ନୂଆଦିଲ୍ଲୀ : ଫୋର୍ଡ ଇଣ୍ଡିଆ ତରଫରୁ ବିଭିନ୍ନ ମଡେଲ୍‌ ଗାଡ଼ି ମୂଲ୍ୟ ବୃଦ୍ଧି କରାଯାଇଛି। ସଂଶୋଧିତ ଦର ଚଳିତ ମାସ ଠାରୁ ଲାଗୁ ହୋଇଛି। ଫୋର୍ଡ ଏ‌ଣ୍ଡେଭରର ଦାମ୍ ସର୍ବାଧିକ ୮୦ ହଜାର ଟଙ୍କା ବଢ଼ିଥିବା ବେଳେ ଆସ୍ପାୟାର୍‌ର ଦାମ୍ ସର୍ବନିମ୍ନ ୩୦୦୦ ଟଙ୍କା ବଢ଼ିଛି। ଫୋର୍ଡ ଏହାର ସବ୍ କମ୍ପାକ୍ଟ ଏସ୍‌ୟୁଭି ଇକୋସ୍ପୋର୍ଟର ଦାମ୍ ମଧ୍ୟ ବଢ଼ାଇଛି। ତେବେ ଏହାର ସମସ୍ତ ଭାରିଆଣ୍ଟ୍‌ର ଦାମ୍ ବଢ଼ିନାହିଁ। ଇକୋସ୍ପୋର୍ଟର ଆମ୍ବିଏଣ୍ଟ, ଟ୍ରେଣ୍ଡ୍‌ ଓ ଟାଇଟାନିୟମ୍ ଭାରିଆଣ୍ଟ୍‌ର ଦାମ୍ ବଢ଼ିିଛି। ଟାଇଟାନିୟମ୍, ଏସ୍‌ ଓ ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଏସ୍‌ଇ ଟ୍ରିମ୍‌ର ଦାମ୍ ବଢ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe