ବିଦେଶୀ କମ୍ପାନୀ, ଦେଶୀ ମାଲିକ: ଏସବୁ ଜଣାଶୁଣା ଦରିଆପାରି ବ୍ରାଣ୍ଡର ମାଲିକ ହେଉଛନ୍ତି ଭାରତୀୟ ଶିଳ୍ପପତି

Advertisment
ବିଦେଶୀ କମ୍ପାନୀ, ଦେଶୀ ମାଲିକ: ଏସବୁ ଜଣାଶୁଣା ଦରିଆପାରି ବ୍ରାଣ୍ଡର ମାଲିକ ହେଉଛନ୍ତି ଭାରତୀୟ ଶିଳ୍ପପତି

ନୂଆଦିଲ୍ଲୀ: ଆପଣ ବିଦେଶର ଅନେକ ନାମିଦାମୀ ବ୍ରାଣ୍ଡ ଯେପରିକି ରୟାଲ ଏନଫିଲଡ଼, ଜାଗୁଆର ମୋଟର୍ସର ନାମ ଶୁଣିଥିବେ | ଏସବୁ କମ୍ପାନୀର ମାଲିକ କେହି ବିଦେଶୀ ହୋଇଥିବେ ବୋଲି ଆପଣ ଭାବୁଥିବେ | କିନ୍ତୁ ସତ କଥା ହେଉଛି ଯେ, ଏସବୁ କମ୍ପାନୀର ମାଲିକ ହେଉଛନ୍ତି ଭାରତୀୟ ଶିଳ୍ପପତି | ଆଜି ଆମେ ଆପଣଙ୍କୁ ଏଭଳି କିଛି ବିଦେଶୀ କମ୍ପାନୀଙ୍କ ବାବଦରେ କହିବୁ ଯାହାକୁ ଭାରତୀୟ ଶିଳ୍ପପତିମାନେ ଅଧିଗ୍ରହଣ କରିଥିଲେ | କାର ନିର୍ମାଣ କରୁଥିବା ଜାଗୁଆରକୁ ୧୯୨୦ ଦଶକରେ ବ୍ରିଟେନରେ ପ୍ରତିଷ୍ଠା କରାଯାଇଥିଲା | ତେବେ ରତନ ଟାଟାଙ୍କ ଟାଟା ମୋଟର୍ସ ୨୦୦୮ରେ ଫୋର୍ଡ ମୋଟର କମ୍ପାନୀଠାରୁ ୨.୩ ବିଲିୟନ ଡଲାରରେ ଏହି କମ୍ପାନୀକୁ ଅଧିଗ୍ରହଣ କରିଥିଲା। ସେହିପରି ହାମଲେସ୍ ବିଶ୍ୱର ସବୁଠାରୁ ବଡ ଖେଳନା କମ୍ପାନୀ ହୋଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହାୟକ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ୨୦୧୯ରେ ବ୍ରିଟେନର ଖେଳନା ବ୍ରାଣ୍ଡ ହାମଲେସ୍ ଗ୍ଲୋବାଲ୍ ହୋଲ୍ଡିଂ ଲିମିଟେଡକୁ କିଣିଥିଲା |

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ୍ ଇନଭେଷ୍ଟମେଣ୍ଟସ୍ ଆଣ୍ଡ ହୋଲ୍ଡିଂ ଲିମିଟେଡ୍ (RIIHL) ପ୍ରାୟ ୭୨୯ କୋଟି ଟଙ୍କା ମୂଲ୍ୟରେ ନ୍ୟୁୟର୍କର ପ୍ରତିଷ୍ଠିତ ହୋଟେଲ ମେଡ଼ାରିନ ଓରିଏଣ୍ଟାଲକୁ କିଣିଥିଲା | ସେହିପରି ୧୯୦୧ ମସିହାରେ ଇଂଲଣ୍ଡରେ ଦି ଏନ୍ଫିଲ୍ଡ ସାଇକେଲ କମ୍ପାନୀ ଦ୍ୱାରା ଆରମ୍ଭ ହୋଇଥିବା ରୟାଲ ଏନଫିଲ୍ଡକୁ ଭାରତର ଅଟୋମୋବାଇଲ କମ୍ପାନୀ ଆଇଚର ମୋଟର୍ସ ଲିମିଟେଡ କିଣିଥିଲା | ଅର୍ଥାତ ଆପଣ ଯେଉଁ ବୁଲେଟ ବାଇକ ଦେଖୁଛନ୍ତି ତାହାର ନାମ ଯଦିଓ ବିଦେଶୀ କିନ୍ତୁ ଏହାର ମାଲିକାନା ଭାରତର ଏକ କମ୍ପାନୀ ହାତରେ ରହିଛି | ଚେନ୍ନାଇରେ ଏହାର କାରଖାନା ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe