ଦୁଇ ବର୍ଷର ନିମ୍ନସ୍ତରରେ ବୈଦେଶିକ ମୁଦ୍ରା ଭଣ୍ଡାର

ଯୁଦ୍ଧ ପରେ ୧୦,୦୦୦ କୋଟି ଡଲାର ହ୍ରାସ

ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି

The Global Frontier

ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଦୁଇ ବର୍ଷର ନିମ୍ନ ସ୍ତରକୁ ହ୍ରାସ ପାଇଛି। ଅକ୍ଟୋବର ୧୪ ସୁଦ୍ଧା ଶେଷ ସପ୍ତାହରେ ଭଣ୍ଡାରରେ ଥିବା ମୁଦ୍ରା ପରିମାଣ ୫୨,୮୩୬ କୋଟି ଡଲାରକୁ ହ୍ରାସ ପାଇଛି। ସପ୍ତାହକ ଭିତରେ ସେଥିରେ ୪୫୦ କୋଟି ଡଲାରର ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ସ୍ତରରେ ଥିବା ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ଡଲାର ବାହାର କରି ବିକ୍ରି କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଗତ ଫେବ୍ରୁଆରିରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୦,୦୦୦ କୋଟି ଡଲାରରୁ ଅଧିକ ହ୍ରାସ ହୋଇଛି। ଗତ ଅକ୍ଟୋବରରେ ଭଣ୍ଡାରରେ ୬୩,୦୦୦ କୋଟି ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଥିଲା। ବର୍ଷକ ଭିତରେ ସେଥିରେ ୧୧,୪୦୦ କୋଟି ଡଲାରର ହ୍ରାସ ହୋଇଛି। ଗତ ଫେବ୍ରୁଆରି ପରଠାରୁ ୩୪ଟି ସପ୍ତାହ ମଧ୍ୟରୁ ୨୭ଟି ସପ୍ତାହରେ ଭଣ୍ଡାରରେ ଥିବା ମୁଦ୍ରା ମୂଲ୍ୟ ହ୍ରାସ ପାଇଛି। ଦୁଇ ଦିନ ପୂର୍ବେ ଏକ ଡଲାର ମୂଲ୍ୟ ୮୩ ଟଙ୍କା ୧ ପଇସା ହୋଇଯାଇଥିଲା। ଗତକାଲି ସେଥିରେ ୨୫ ପଇସାର ସୁଧାର ହୋଇଥିଲା। ଆଜି ସେଥିରେ ପୁଣି ଆଉ ୧୨ ପଇସାର ଅବନତି ଯୋଗୁଁ ଟଙ୍କା ମୂଲ୍ୟ ୮୨.୯୧ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୩ ଟଙ୍କା ଥିଲା। ଏବେ ତାହା ୮୩ ଟଙ୍କା ପାଖାପାଖି ସ୍ତରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe