ଇକ୍ବିଟିରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ

Advertisment
ସେନ୍‌ସେକ୍ସ ୭୪,୦୦୦ ଟପିଲା

Image Courtesy of Zee News

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାରରୁ ବିଦେଶୀ ନିବେଶକମାନେ ମୁହଁ ଫେରାଉଛନ୍ତି। ବିଶେଷ କରି ଇକ୍ବିଟି ବଜାରରୁ ସେମାନଙ୍କ ମୋହ ଭଙ୍ଗ ହୋଇଥିବା ଭଳି ମନେ ହେଉଛି। ‌ଚଳିତ ମାସରେ ସେମାନେ ଇକ୍ବିଟି ବଜାରରୁ ୨୪,୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି। କିନ୍ତୁ ବଣ୍ଡ୍‌ ବଜାର ଉପରେ ଏବେବି ସେମାନଙ୍କ ଭରସା ରହିଛି। ସେମାନେ ଏହି ବଜାରରେ ୧୭,୧୨୦ କୋଟି ଟଙ୍କା ନିବେଶ କରିଛନ୍ତି। ଏହା ପୂର୍ବରୁ ୨୦୨୩ର ନଭେମ୍ବରରେ ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ୯୦୦୦ କୋଟି ଟଙ୍କା ଓ ଡିସେମ୍ବରରେ ୬୬,୧୩୪ କୋଟି ଟଙ୍କା ନିବେଶ କରିଥିଲେ। ୨୦୨୪ ଜାନୁଆରି ୨୫ ସୁଦ୍ଧା ସେମା‌ନେ ୨୪,୭୩୪ କୋଟି ଟଙ୍କା ନିବେଶ କରିଛନ୍ତି। ଆମେରିକାରେ ବଣ୍ଡ୍‌ରୁ ଭଲ ରିଟର୍ଣ୍ଣ ମିଳୁଥିବାରୁ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସେସ୍‌ର ଚିଫ୍‌ ଇନଭେଷ୍ଟମେଣ୍ଟ୍‌ ଷ୍ଟ୍ରାଟେଜିଷ୍ଟ ଭି କେ ବିଜୟକୁମାର କହିଛନ୍ତି। ବିଦେଶୀ ନିବେଶକମାନେ ୨୦୨୪ରେ ଅତି ସତର୍କତାର ସହ ଆଗକୁ ବଢ଼ୁଛନ୍ତି। ଷ୍ଟକ୍ ବଜାର ସୂଚୀ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଲାଭ ଅମଳ କରିବା ଲାଗି ସେମାନେ ସେୟାର ବିକ୍ରି କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ନେଇ କୌଣସି ସ୍ପଷ୍ଟ ସଙ୍କେତ ପ୍ରଦାନ କରୁନଥିବାରୁ ସେମାନେ ଭାବିଚିନ୍ତି ନିବେଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe