ବଜାରକୁ ଫେରିଲେ ବିଦେଶୀ ନିବେଶକ: ଜୁନ୍‌ରେ ନିବେଶ କଲେ ୧୨,୧୭୦ କୋଟି

ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ: ଜାନୁଆରିରେ ନେଲେଣି ୩୭୭୬ କୋଟି

ମୁମ୍ବାଇ: ଭାରତରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଫଳାଫଳକୁ ନେଇ ଅନିଶ୍ଚିତତା ଦେଖାଦେବାରୁ ମାର୍ଚ୍ଚ ପରଠାରୁ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ। ମେ’ ମାସ ପର୍ଯ୍ୟନ୍ତ ସେହି ଧାରା ଜାରି ରହିଥିଲା। ‌ଜୁନ୍ ୪ରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଶାସନ ଭାର ମିଳିଛି। ଏଥି ସହିତ ଭାରତରୁ ମୁହଁ ଫେରାଇଥିବା ବିଦେଶୀ ନିବେଶକମାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇଛି।

ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ଜୁନ୍ ୨୧ ସୁଦ୍ଧା ଭାରତୀୟ ଷ୍ଟକ୍ ବଜାରରେ ୧୨,୧୭୦ କୋଟି ଟଙ୍କା ନିବେଶ କରିଛନ୍ତି। ଚଳିତ ମାସର ପ୍ରଥମ ସପ୍ତାହରେ ସେମାନେ ୧୪,୭୯୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଦ୍ବିତୀୟ ସପ୍ତାହ ବେଳକୁ ସେଥିରେ ସୁଧାରର ସଙ୍କେତ ସ୍ପଷ୍ଟ ବାରି ହୋଇପଡ଼ିଥିଲା। କାରଣ ସେହି ସପ୍ତାହରେ ସେମାନେ ୩୦୬୪ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ଜାନୁଆରିରେ ବିଦେଶୀ ନିବେଶକମାନେ ୨୫,୭୭୪ କୋଟି ଟଙ୍କା, ଏପ୍ରିଲ୍‌ରେ ୮,୬୭୧ କୋଟି ଟଙ୍କା ଏବଂ ମେ’ରେ ସର୍ବାଧିକ ୨୫,୫୮୬ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଫେବ୍ରୁଆରି ମାସରେ ସେମାନେ ୧୫୩୯ କୋଟି ଟଙ୍କାର ସେୟାର ଏବଂ ମାର୍ଚ୍ଚରେ ୩୫,୦୯୮ କୋଟି ଟଙ୍କାର ସେୟାର କିଣିଥିଲେ।

ଜିଓଜିତ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌ର ମୁଖ୍ୟ ନିବେଶ ଅଧିକାରୀ ଭି କେ ବିଜୟକୁମାର କହିଛନ୍ତି ଯେ ଯେଉଁଠାରେ ମୂଲ୍ୟ ଅଧିକ ସେହି ଷ୍ଟକ୍‌ଗୁଡ଼ିକୁ ବିଦେଶୀ ନିବେଶକମାନେ ବିକ୍ରି କରୁଥିବା ବେଳେ କମ୍ ମୂଲ୍ୟର ଷ୍ଟକ୍‌କୁ କିଣୁଛନ୍ତି। ଏହି ରଣନୀତି ନେଇ‌ ସେମାନେ ଏବେ ଆଗକୁ ବଢ଼ୁଛନ୍ତି। ବିଦେଶୀ ନିବେଶକମାନେ ଭାରତର ଆର୍ଥିକ ସେବା, ଟେଲିକମ୍‌, ରିଅଲ୍‌ ଇଷ୍ଟେଟ୍‌, ଏଫ୍ଏମ୍‌ସିଜି, ଆଇଟି, ଧାତବ, ତୈଳ ଓ ଗ୍ୟ‌ାସ୍‌ କମ୍ପାନିଗୁଡ଼ିକର ସେୟାର କିଣୁଛନ୍ତି। ମୋଦୀ ସରକାରଙ୍କ ତୃତୀୟ ପାଳିରେ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ବିଦେଶୀ ନିବେଶକମାନଙ୍କ ଭିତରେ ଧାରଣା ସୃଷ୍ଟି ହୋଇଛି। ଅନ୍ୟପ‌କ୍ଷରେ ଚୀନ୍ ଅର୍ଥନୀତି ନିମ୍ନମୁଖୀ ହେଉଥିବାରୁ ନିବେଶକମାନେ ଅଧିକ ରିଟର୍ଣ୍ଣ ଦେଉଥିବା ଭାରତୀୟ ବଜାର ମୁହାଁ ହୋଇଛନ୍ତି। ଆଗାମୀ ଦିନରେ ମଧ୍ୟ ବିଦେଶୀ ନିବେଶକମାନଙ୍କ ନିବେଶ ଜାରି ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe