ଛୁଟିରେ ଭାରତ ଆସିବାକୁ ବିଦେଶୀ ଅମଙ୍ଗ

Advertisment
ଛୁଟିରେ ଭାରତ ଆସିବାକୁ ବିଦେଶୀ ଅମଙ୍ଗ

LokmatNews.in

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ପ୍ରଭାବ ଦୂର ହୋଇଥିଲେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ସେଭଳି କୌଣସି ସୁଧାର ହୋଇନାହିଁ। ଏହାକୁ ନେଇ ଟୁର୍‌ ଓ ଟ୍ରାଭେଲ୍ ଅପରେଟରମାନେ ଅତ୍ୟନ୍ତ ଚିନ୍ତିତ ଅଛନ୍ତି। ଚଳିତ ବର୍ଷ ମାର୍ଚ୍ଚରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ ହୋଇସାରିଛି। ଆଉ କିଛି ମାସ ପରେ ୨୦୨୨ ଶେଷ ହେବାକୁ ଯାଉଛି। କିନ୍ତୁ ବର୍ଷ ଶେଷ ଛୁଟି କଟାଇବା ଲାଗି ଭାରତ ଆସିବା ପାଇଁ ବିଦେଶୀ ପର୍ଯ୍ୟଟକମାନଙ୍କ ଭିତରେ ସେଭଳି କିଛି ଆଗ୍ରହ ଥିବା ‌ଦେଖିବାକୁ ମିଳୁନି।

ଭାରତ ଆସିବା ଲାଗି ବିଦେଶୀମାନଙ୍କ ଆଗ୍ରହ କମ୍ ରହିବା ପଛରେ ଅନେକ କାରଣ ରହିଛି। ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ତରଫରୁ ବିଦେଶରେ ଆବଶ୍ୟକତା ଅନୁସାରେ ପ୍ରଚାର କରାଯାଉନାହିଁ। ଏହା ବ୍ୟତୀତ କୋଭିଡ୍ ପାଇଁ ଲଗାଯାଇଥିବା କଠୋର କଟକଣା, ବିମାନ ଟିକଟର ଚଢ଼ା ଦାମ୍ ଏବଂ ବ୍ରିଟେନ୍ ଓ କାନାଡା ଭଳି ଦେଶ ପାଇଁ ଇ-ଭିସା ବ୍ୟବସ୍ଥା ନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ଭାରତ ଆସିବାକୁ ଅମଙ୍ଗ ହେଉଥିବା କୁହାଯାଉଛି। ଆସନ୍ତା ମାର୍ଚ୍ଚ ଭିତରେ ସ୍ଥିତିରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ। ଚୀନ୍, ହଂକଂ ଓ ରୁଷ୍‌ରୁ କୌଣସି ବ୍ୟକ୍ତି ଭାରତ ଆସିବାର ସମ୍ଭାବନା କମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe