ଡ୍ୟୁସ୍‌ ବ୍ୟାଙ୍କର ପୂର୍ବତନ ସିଇଓ ଅଂଶୁ ଜୈନଙ୍କ ପରଲୋକ

Advertisment
ଡ୍ୟୁସ୍‌ ବ୍ୟାଙ୍କର ପୂର୍ବତନ ସିଇଓ ଅଂଶୁ ଜୈନଙ୍କ ପରଲୋକ

The Economic Times

ନୂଆଦିଲ୍ଲୀ: ଜର୍ମାନିର ଡ୍ୟୁସ୍‌ ବ୍ୟାଙ୍କ ଭଳି ଏକ ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥାର ସିଇଓ ଭାବେ କାର୍ଯ୍ୟ କରି ସଂସ୍ଥା ପାଇଁ ରେକର୍ଡ ପରିମାଣର ଲାଭ ହାସଲ କରିବାରେ ସହାୟକ ହୋଇଥିବା ଅଂଶୁ ଜୈନଙ୍କ ୫୯ ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାନସର ସହ ପାଞ୍ଚ ବର୍ଷ ଲଢ଼େଇ ପରେ ସେ ଶେ‌ଷରେ ହାରିଯାଇଛନ୍ତି। ୟୁରୋପରେ ସଙ୍କଟ ଚାଲିଥିବା ବେଳେ ୨୦୧୨ ଜୁନ୍‌ରେ ସେ ବ୍ୟାଙ୍କର ସହ-ସିଇଓ ଭାବେ ନିଯୁକ୍ତି ପାଇଥିଲେ। ୨୦୧୫ରେ ସେ ଇସ୍ତଫା ଦେଇଥିଲେ। ୨୦୧୭ରେ ସେ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ୍ତ ଥିଲେ। ୧୯୬୩ରେ ଜୟପୁରରେ ଜନ୍ମ ଗ୍ରହଣ କରିଥିବା ଅଂଶୁ ନୂଆଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସ ଓ ମାସାଚୁସେଟ୍ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe