ଫର୍ଚୁନ-୫୦୦ ତାଲିକାରେ ଭାରତର ୯ କମ୍ପାନି, ୮୬ତମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

Advertisment
ଫର୍ଚୁନ-୫୦୦ ତାଲିକାରେ ଭାରତର ୯ କମ୍ପାନି, ୮୬ତମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଫର୍ଚ୍ୟୁନ୍ ଗ୍ଲୋବାଲ-୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୮୬ତମ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଏହାର ସ୍ଥିତି ଦୁଇ ସ୍ଥାନରେ ଉନ୍ନତି ହୋଇଛି। ଭାରତୀୟ କଂପାନିଗୁଡ଼ିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷରେ ରହିଛି। ଗତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୮୮ତମ ସ୍ଥାନରେ ଥିଲା। ତିନି ବର୍ଷ ରେ ଏହା ଏହି ତାଲିକାରେ ୬୯ଟି ସ୍ଥାନ ଉପରକୁ ଉଠିଛି । ୨୦୨୧ରେ ରିଲାଏନ୍ସ ୧୫୫ତମ ସ୍ଥାନରେ ଥିଲା। ଫର୍ଚୁନ୍ ନିଜ ୱେବସାଇଟରେ ୨୦୨୪ ର ତାଲିକା ଜାରି କରି କହିଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କ୍ରମାଗତ ୨୧ ବର୍ଷ ଧରି ଏହି ବିଶ୍ୱ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି। ଗତବର୍ଷ କଂପାନି ୧୦୮.୮ ବିଲିୟନ ଡଲାର ଆୟ କରିଥିବା ବେଳେ ୮.୪ ବିଲିୟନ ଡଲାର ଲାଭ କରିଥିଲା।

ଚଳିତ ବର୍ଷ ରାଙ୍କିଙ୍ଗରେ ୯ଟି ଭାରତୀୟ କମ୍ପାନି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ।  ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି) ୨୦୨୪ ତାଲିକାରେ ୧୨ ସ୍ଥାନ ଉପରକୁ ଉଠି ୯୫ତମ ସ୍ଥାନରେ ପହଞ୍ଚିଥିବା ବେଳେ ରାଷ୍ଟ୍ରାୟତ୍ତ ତୈଳ ନିଗମ (ଆଇଓସି) ୨୨ ସ୍ଥାନ ଖସି ୧୧୬ତମ ସ୍ଥାନରେ ପହଞ୍ଚିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ୫୭ ସ୍ଥାନ ଉପରକୁ ଉଠି ୧୭୮ତମ ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ଭାରତୀୟ କଂପାନିଗୁଡ଼ିକ ମଧ୍ୟରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ଓଏନଜିସି) ଏବଂ ଇଣ୍ଡିଆ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ରହିଛନ୍ତି। ବିପିସିଏଲ୍ ୨୨ ଓ ୨୫ ସ୍ଥାନ ଖସି ଯଥାକ୍ରମେ ୧୮୦ ଓ ୨୫୮ତମ ସ୍ଥାନକୁ ଖସିଆସିଛି। ଟାଟା ମୋଟର୍ସ ୬୬ ଟି ସ୍ଥାନ ଉପରକୁ ଉଠି ୨୭୧, ଏଚଡିଏଫସି ବ୍ୟାଙ୍କ ୩୦୬ ଏବଂ ରାଜେଶ ଏକ୍ସପୋର୍ଟ ୪୬୩ ସ୍ଥାନକୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe