ଆଇପିଏଆଇ ଓଡ଼ିଶା ଶାଖା ଭବନର ଶିଳାନ୍ୟାସ

Advertisment
ଆଇପିଏଆଇ ଓଡ଼ିଶା ଶାଖା ଭବନର ଶିଳାନ୍ୟାସ

ଭୁବନେଶ୍ୱର : ଗଙ୍ଗନଗରଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ପବ୍ଲିକ୍ ଅଡିଟର୍ସ ଅଫ୍‌ ଇଣ୍ଡିଆ (ଆଇପିଏଆଇ) ଓଡ଼ିଶା ଶାଖାର ନୂତନ ଭବନ ପାଇଁ ଦେଶର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏହି ସଂସ୍ଥା ସାରା ଦେଶରେ ପଞ୍ଚାୟତିରାଜ ସଂସ୍ଥା, ସମାଜ କଲ୍ୟାଣ ଅନୁଷ୍ଠାନ, ଜିଲ୍ଲା ପରିଷଦ, ମୁନିସପାଲିଟିର ଅଡିଟ୍‌ ଲାଗି ଉପଯୁକ୍ତ ତାଲିମ ପ୍ରଦାନ କରିବ।

ଇନଷ୍ଟିଚ୍ୟୁଟ୍‌ର ଜାତୀୟ ଶାଖାର ସଭାପତି ତଥା ଉପ ଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ସୁବାଷ ଚନ୍ଦ୍ର ପାଣ୍ଡେଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡିଶା ଶାଖାର ସଭାପତି ତଥା ପୂର୍ବତଟ ରେଳବାଇର ଅଡିଟ୍‌ର ମହାନିର୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଓ ସିଏଜିଙ୍କ ସଚିବ ଡ଼ ଆଶୁତୋଷ ଶର୍ମା ଯୋଗ ଦେଇଥିଲେ। ଆଇପିଏଆଇ ଓଡିଶା ଶାଖାର ସଚିବ ଅଶ୍ୱନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ସିଏଜି ଶ୍ରୀ ମୁର୍ମୁ ଆଜି ୟୁନିଟ୍‌-୪ ସ୍ଥିତ ନୂତନ ବହୁବିଧ କଲ୍ୟାଣ ମଣ୍ଡପକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନ ମହାଲେଖାକାର ରାଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ମହାଲେଖାକାର ମନାଲିକା ବୋର୍ଗହାଇନି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe