ଭାରତରେ ଫକ୍ସକନ୍ ନିବେଶ କରିବ ୧୦୦ କୋଟି ଡଲାର

ଭାରତରେ ଫକ୍ସକନ୍ ନିବେଶ କରିବ ୧୦୦ କୋଟି ଡଲାର

ET Telecom

ନୂଆଦିଲ୍ଲୀ: ଆମେରିକୀୟ କଂପାନି ଆପଲ୍‌ ପାଇଁ ଆଇଫୋନ୍ ନିର୍ମାଣ କରୁଥିବା ତାଇୱାନ୍‌ର ସଂସ୍ଥା ଫକ୍ସକନ୍ ଚେନ୍ନାଇ ନିକଟରେ ସ୍ଥାପନ କରିଥିବା ଏହାର କାରଖାନାକୁ ସମ୍ପ୍ରସାରିତ କରିବାକୁ ଚାହୁଛି। ସେଥିପାଇଁ ଏହି କମ୍ପାନି ୧୦୦ କୋଟି ଡଲାର ନିବେଶ ଯୋଜନା ରଖିଛି। ନିଜ ଉତ୍ପାଦନକୁ ଚୀନ୍ ବାହାରକୁ ନେବା ଲାଗି ଆପଲ୍‌ ରଖିଥିବା ବୃହତ୍‌ ଯୋଜନାର ଏହା ଏକ ଅଂଶ ବୋଲି ବିଚାର କରାଯାଉଛି। ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହେବା ଏବଂ କରୋନା ସଂକ୍ରମଣ ପରଠାରୁ ଚୀନ୍‌ରୁ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଇଫୋନ୍ ନିର୍ମାଣ କରିବାରେ ଲାଗୁଥିବା ଅନେକ ପ୍ରକାର ଯନ୍ତ୍ରାଂଶକୁ ମଧ୍ୟ ଚୀନ୍‌ରେ ଉତ୍ପାଦନ କରାଯାଉଛି। ଚୀନ୍ ବାହାରକୁ ଯିବା ଲାଗି ସେହି ସବୁ ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକୁ ଆପଲ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଫକ୍ସକନ୍‌ର ଚେନ୍ନାଇ କାରଖାନାରେ ଏବେ ଆଇଫୋନ୍ ଏକ୍ସଆର୍‌ ଉତ୍ପାଦନ କରାଯାଉଛି। ଆଗାମୀ ତିନି ବର୍ଷରେ ୧୦୦ କୋଟି ଡଲାର ନିବେଶ କରାଯିବା ପରେ ଏହି କାରଖାନାରେ ଆଇଫୋନ୍‌ର ଆଉ କିଛି ମଡେଲ୍‌ ଉତ୍ପାଦନ କରିବାକୁ ଫକ୍ସକନ୍ ଯୋଜନା ରଖିଛି। ଏହ ନିବେଶ ଦ୍ବାରା ପ୍ରାୟ ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆନ୍ଧ୍ରପ୍ରଦେଶରେ ମଧ୍ୟ ଫକ୍ସକନ୍‌ର ଆଉ ଏକ କାରଖାନା ରହିଛି ଯେଉଁଠାରେ ଏହି କଂପାନି ଚୀନ୍‌ର ସଂସ୍ଥା ଶାଓମି ଲାଗି ବିଭିନ୍ନ ପ୍ରକାର ସ୍ମାର୍ଟଫୋନ୍ ଉତ୍ପାଦନ କରୁଛି। ଫକ୍ସକନ୍ ବ୍ୟତୀତ ତାଇୱାନ୍‌ର ୱିଷ୍ଟ୍ରନ୍ କର୍ପୋରେସନ୍ ମଧ୍ୟ ବେଙ୍ଗାଲୁରୁରେ ଆପଲ୍‌ର କେତେକ ମଡେଲ୍‌କୁ ଆସେମ୍ବଲ କରୁଛି। ଏହି ସଂସ୍ଥା ମଧ୍ୟ ଭାରତରେ ଏକ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି।

ଆପଲ୍‌ କଂପାନି ଭାରତକୁ ଏହାର ରପ୍ତାନି ହବ୍‌ରେ ପରିଣତ କରିବାକୁ ଚାହୁଛି। ସେଥିପାଇଁ ଏହା ଧୀରେ ଧୀରେ ନିଜର କଣ୍ଟ୍ରାକ୍ଟ ଉତ୍ପାଦନକାରୀଙ୍କୁ ଭାରତ ଆଣିବା ଲାଗି ପ୍ରୟାସ କରୁଛି। ଭାରତରେ ମଧ୍ୟ ଆଇଫୋନ୍‌ର ବ୍ୟବହାର ନିମ୍ନ ସ୍ତରରେ ରହିଛି। ମାତ୍ର ୧% ଆଇଫୋନ୍ ଭାରତରେ ବିକ୍ରି ହେଉଛି। ଆପଲ୍ ଲାଗି ଭାରତ ଏକ ବୃହତ ବଜାର ହୋଇଥିଲେ ମଧ୍ୟ ଏହାର ଫୋନ୍‌ଗୁଡ଼ିକର ମୂଲ୍ୟ ଏତେ ଅଧିକ ରହୁଛି ଯେ ତାହା ଗ୍ରାହକଙ୍କ ପକେଟ୍‌କୁ ସୁହାଉନାହିଁ। ଦେଶ ଭିତରେ ଆଇଫୋନ୍ ଉତ୍ପାଦନ ହେଲେ ତାହାର ଦାମ୍ କମ୍ ହେବାର ସମ୍ଭାବନା ରହିଛି। ତେଣୁ ଭାରତରେ କାରଖାନା ସ୍ଥାପନ କରି ଆପଲ୍‌ ‌ଅନେକ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି। ପ୍ରଥମେ ଏହା ଚୀନ୍ ବାହାରକୁ ନିଜର ଉତ୍ପାଦନ ବ୍ୟବସ୍ଥାକୁ ନେଇପାରିବ। ଦ୍ବିତୀୟରେ ଭାରତ ଭଳି ବଡ଼ ବଜାରକୁ ହାସଲ କରି ରାଜସ୍ବ ବଢ଼ାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe