ଫ୍ରାନ୍‌ଚାଇଜ୍‌ ଦୁର୍ନୀତି ମାମଲା: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ

ଓଡ଼ିଶାର ୪ ନିବେଶକ ଦାଖଲ କରିଛନ୍ତି ପିଟିସନ

କାଶ୍ମୀର ଯୁବକ ଓଡ଼ିଆ ଯୁବତୀକୁ ଜବରଦସ୍ତ ବିବାହ କରି ବନ୍ଧକ ରଖିବା ଘଟଣା: ସୁପ୍ରିମକୋର୍ଟରେ ଓଡ଼ିଆ ଦମ୍ପତିଙ୍କ ‘ହେବିଅସ୍‌ କର୍ପସ୍‌’

Image Courtesy of Zee News

ନୂଆଦିଲ୍ଲୀ: ବ୍ଲୁ ମାର୍ଟ ଓ ବିଗ୍‌ମାର୍ଟ କଂପାନି ମାନଙ୍କ ଦ୍ବାରା ନିବେଶକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିନେଇଥିବା ଅଭିଯୋଗ ଉପରେ ସୁପ୍ରିମ୍‌ କୋର୍ଟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏସ୍ଏଫ୍ଆଇଓ ଓ ନୋଏଡା ପୁଲିସ କମିସନରଙ୍କୁ ନୋଟିସ୍‌ ଜାରି କରିବା ସହ ଜବାବ ତଲବ କରିଛନ୍ତି। ବ୍ଲୁ ମାର୍ଟ କଂପାନି ଦ୍ବାରା ଓଡ଼ିଶା ସମେତ ୧୩ ରାଜ୍ୟର ୧୬ ଜଣ ନିବେଶକ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ବିଗ୍‌ ମାର୍କେଟ କମ୍ପାନି ଦ୍ବାରା ଓଡ଼ିଶା ସମେତ ୧୮ଟି ରାଜ୍ୟର ୫୫ ଜଣ ନିବେଶକ ଠକାମିର ଶିକାର ହୋଇଥିଲେ।

ଏହି ନିବେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ଆଲୋକ ପ୍ରଦୀପ ଦାସ। ସେ ବ୍ଲୁ ମାର୍ଟ କଂପାନିର ୱାଇଟ ରିଟେଲ ପ୍ରାଇଭେଟ ଲିମିଟେଡ୍‌ରେ ୩୦ ଲକ୍ଷ ଟଙ୍କା ନିବେଶ କରିବା ପରେ କଂପାନିକୁ ବନ୍ଦ କରିଦିଆଯାଇଥିଲା। ଫଳରେ, ସେ ଟଙ୍କା ଫେରସ୍ତ ପାଇ ନ ଥିବାର ଅଭିଯୋଗ କରିଛନ୍ତି। ସେହିଭଳି ଯାଜପୁରର ଅରୁଣ କୁମାର ପଣ୍ଡା ଉକ୍ତ କଂପାନିର ଫ୍ରାନ୍‌ଚାଇଜ୍‌ ଦ୍ବାରା ୧୭ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ପିଟିସନରେ ଦର୍ଶାଯାଇଛି। ଅପରପକ୍ଷେ ବିଗ୍‌ ମାର୍କେଟ ଅନ୍ତର୍ଗତ ଡିବିଏମ୍ ରିଟେଲ ପ୍ରାଇଭେଟ ଲିମିଟେଡ଼ ଦ୍ବାରା ମଧ୍ୟ ବହୁ ନିବେଶକାରୀ ଠକାମିର ଶିକାର ହୋଇଛନ୍ତି। ରାୟଗଡ଼ାର ପ୍ରଭାତୀ ପ୍ରିୟଦର୍ଶିନୀ ମହାପାତ୍ର ୪୪ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଅନୁରୂପ ଭାବେ କଟକ ଜିଲ୍ଲା ଖୁଣ୍ଟୁଣୀର ସୌମ୍ୟରଂଜନ ଧଳ ୧୯ ଲକ୍ଷ ୭୨ ହଜାର ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ଏହି ପିଟିସନରେ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe