Telangana Today
ନୂଆଦିଲ୍ଲୀ : ବିଦେଶୀ ଆସେଟ ମ୍ୟାନେଜମେଣ୍ଟ କମ୍ପାନି ଫ୍ରାଙ୍କଲିନ୍ ଟେମ୍ପଲଟନ୍ର ଭାରତ ଛାଡ଼ିବା ଯୋଜନା ନାହିଁ। କମ୍ପାନିର ବନ୍ଦ ହୋଇ ପଡ଼ି ରହିଥିବା ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ୍ସରେ ଅନିୟମିତା ଅଭିଯୋଗରେ ସେବି ସେଗୁଡ଼ିକୁ ବନ୍ଦ କରିଦେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛି। ତେବେ କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଯଦି ସେବି ନିରପେକ୍ଷ ତଦନ୍ତ ନକରେ ତେବେ କମ୍ପାନି ଭାରତ ଛାଡ଼ି ପଳାଇବ। କମ୍ପାନିର ସଭାପତି ସଂଜୟ ସପ୍ରେ ନିବେଶକମାନଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ଭାରତରେ କାରବାର ବନ୍ଦ ଯୋଜନା ନାହିଁ ବୋଲି ସେ କହିଛନ୍ତି।
Follow Us