ସୁଦକ୍ଷ କାର୍ଯ୍ୟକ୍ରମରେ ମାଗଣା କୋଚିଂ ସୁବିଧା

Advertisment
ସୁଦକ୍ଷ କାର୍ଯ୍ୟକ୍ରମରେ ମାଗଣା କୋଚିଂ ସୁବିଧା

ଭୁବନେଶ୍ବର : ଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଉପଯୋଗୀ କୋଚିଂ ମାଗଣାରେ ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଥିବା ସୁଦକ୍ଷ ନାମକ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଉଦଘାଟନ କରିଛନ୍ତି। ସୁନ୍ଦରଗଡ଼ର ପତ୍ରାପାଲିଠାରେ ଥିବା ସୁଦକ୍ଷ ‌କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ସପ୍ତାହରେ ରାଉରକେଲା ଓ ବଣାଇଁ ଠାରେ ଆଉ ଦୁଇଟି କେନ୍ଦ୍ର ଖୋଲିବ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ଏହାର ପରିଚାଳନା ଦାୟିତ୍ବ ନେଇଛି। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe