ଭୁବନେଶ୍ବର: ଜୟଦେବ ବିହାର ସ୍ଥିତ ଆପ୍ଟି ପ୍ଲସ୍ ଆଇଏଏସ୍ ଏକାଡେମି ପକ୍ଷରୁ ଓଏଏସ୍ ପରୀକ୍ଷା ୨୦୨୦ର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ସାକ୍ଷାତକାର ମାର୍ଗଦର୍ଶନର ବ୍ୟବସ୍ଥା କରାଯାଇଛି। ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ମେନ୍ ପରୀକ୍ଷା ଶେଷ ହୋଇଥିବା ବେଳେ ସେପ୍ଟେମ୍ବର/ ଅକ୍ଟୋବରରେ ସାକ୍ଷାତକାର ହୋଇପାରେ ବୋଲି ଓପିଏସ୍ସି ତରଫରୁ କୁହାଯାଇଛି। ମକ୍ ସାକ୍ଷାତକାରରେ ପୂର୍ବତନ ଓପିଏସ୍ସି ସଦସ୍ୟ, ପୂର୍ବତନ ପ୍ରଶାସକ ଓ ନାମୀଦାମୀ ଅନୁଷ୍ଠାନର ପ୍ରଫେସର ପ୍ୟାନେଲ୍ରେ ରହିବେ। ଓପିଏସ୍ସି ସାକ୍ଷାତକାର ପୂର୍ବରୁ ୨-୩ଟି ମକ୍ ସାକ୍ଷାତକାର କରାଯିବା ପରେ ତାହାର ଭିଡିଓ ରେକର୍ଡିଂ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କ ରହୁଥିବା ତ୍ରୁଟିକୁ ସାକ୍ଷାତକାର ପ୍ୟାନେଲ୍ର ସଦସ୍ୟମାନେ ସୁଧାରିବେ। ମାଗଣାରେ ସେମାନଙ୍କୁ ପାଠ୍ୟ ପୁସ୍ତକ, କରେଣ୍ଟ ଆଫେୟାର୍ସ କମ୍ପାଇଲେସନ ମଧ୍ୟ ଦିଆଯିବ। ଏଥି ନିମନ୍ତେ ଛାତ୍ରାଛାତ୍ରୀମାନେ ଏବେଠାରୁ ନାମ ଲେଖାଇପାରିବେ ବୋଲି ଆପ୍ଟି ପ୍ଲସ୍ ପକ୍ଷରୁ କୁହାଯାଇଛି। ଆପ୍ଟି ପ୍ଲସ୍ରେ ୨୦୨୩ ବ୍ୟାଚ୍ ପାଇଁ ନାମ ଲେଖା ମଧ୍ୟ ଚାଲୁରହିଛି। ଉଭୟ ସ୍ନାତକ ଓ ଅଣ ସ୍ନାତକଙ୍କ ପାଇଁ ସମନ୍ବିତ କୋଚିଂର ବ୍ୟବସ୍ଥା ମଧ୍ୟ ରହିଛି।
ଆପ୍ଟି ପ୍ଲସ୍ରେ ଓଏଏସ୍ ପରୀକ୍ଷା ପାଇଁ ମାଗଣା ସାକ୍ଷାତକାର କାର୍ଯ୍ୟକ୍ରମ
Advertisment
Follow Us