ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନକୁ ସମ୍ମାନ ଦେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍ବିଆଇ) ଗ୍ରାହକମାନଙ୍କ ସକାଶେ ନିକଟରେ ଜାରି କରିଥିବା ଏକ ଆକର୍ଷଣୀୟ ଅଫର୍ର ଅବଧିକୁ ବଢ଼ାଇ ଦେଇଛି। ଗ୍ରାହକମାନେ ଭିମ୍ ଏସ୍ବିଆଇ ପେ ଆପ୍ ଦ୍ୱାରା ପେମେଣ୍ଟ୍ କଲେ ସେମାନ୍ଙ୍କୁ ୫ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ୍ ମାଗଣାରେ ମିଳିବ ବୋଲି ନିକଟରେ ଏସ୍ବିଆଇ ପକ୍ଷରୁ ଘୋଷଣା ହୋଇିଥିଲା। ଏହି ଆପ୍ ବ୍ୟବହାରକାରୀମାନଙ୍କୁ ଭର୍ଚୁଆଲ୍ ପେମଣ୍ଟେ୍ ଆଡ୍ରେସ୍ କିମ୍ବା ଆଇଏଫ୍ଏସି କୋଡ ବିଶିଷ୍ଟ ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ଅର୍ଥ ସ୍ଥାନାନ୍ତରିତ କରିବା ଅନୁମତି ଦିଆଯାଇଥିଲା। ପ୍ରାଥମିକ ସ୍ତରରରେ ୨୦୧୮ ମସିହା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ଥିବା ଏହି ଅଫର୍ ବର୍ତ୍ତମାନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି।
ଏସ୍ବିଆଇ ନିଜର ଟୁଇଟର୍ ଆକାଉଣ୍ଟ୍ରେ ଟୁଇଟ୍ କରି ପ୍ରକାଶ କରିଛି ଯେ ‘ଭିମ୍ ଏସ୍ବିଆଇ ପେ ଜରିଆରେ ପେମେଣ୍ଟ୍ କରି ଦେଶର କୌଣସି ଇଣ୍ଡିଆନ୍ ଅଏଲ ତୈଳ ଦୋକନରୁ ଗ୍ରାହକମାନେ ୫ ଲିଟର୍ ପର୍ଯ୍ୟନ୍ତ ପେଟ୍ରୋଲ୍ ମାଗଣାରେ ପାଇପାରନ୍ତି। ଅଫର୍କୁ ଡିସେମ୍ବର ୧୫ ତାରିଖ ପର୍ଯନ୍ତ ବଢ଼ାଇ ଦିଆଯାଇଛି।’
ସର୍ବନିମ୍ନ ୧୦୦ ଟଙ୍କାରେ ପେଟ୍ରୋଲ୍ କ୍ରୟ କଲେ ହି ଏହି ସୁବିଧାର ଲାଭ ଉଠାଇ ହେବ। କୌଣସି ବି ଇଣ୍ଡିଆନ୍ ଓଏଲ୍ କର୍ପୋରେସନ କିମ୍ବା ଆସାମ ଅଏଲ୍ ଡିଭିଜନ୍ରେ ତୈଳ କିଣିଲେ ହିଁ ଏହି ଅଫର୍ର ଲାଭ ଉଠାଇ ହେବ।
ଗ୍ରାହକମାନେ କୌଣସି ଇଣ୍ଡିଆନ୍ ଓଏଲ୍ କର୍ପୋରେସନ କିମ୍ବା ଆସାମ ଅଏଲ୍ ଡିଭିଜନ୍ରେ ଭିମ୍ ଏସ୍ବିଆଇ ପେ ଦ୍ୱାରା ତୈଳ କିଣିଲେ କ’ଣ କରିବାକୁ ହେବ ସେଠାରେ ଥିବା କର୍ମଚାରୀମାନେ ବତାଇ ଦେବେ। କେତେ ଜଣ ଭଗ୍ୟବାନ ଗ୍ରାହକ ଏହି ଅଫର୍ ଜରିଆରେ ପୁରସ୍କାରର ଅଧିକାରୀ ବନିପାରିବେ।
Follow Us