ଫ୍ରିଡମ୍‌ର ରିଫାଇନ୍‌ଡ ରାଇସ୍ ବ୍ରାନ୍ ଅଏଲ୍‌

ଫ୍ରିଡମ୍‌ର ରିଫାଇନ୍‌ଡ ରାଇସ୍ ବ୍ରାନ୍ ଅଏଲ୍‌

ଭୁବନେଶ୍ବର : ରାଇସ୍‌ ବ୍ରାନ୍ ଅଏଲ୍‌ରେ କୋଲେଷ୍ଟ୍ରଲ୍‌ ହାସଲ କରିବାର ଶକ୍ତି ରହିଛି। ଏଥିରେ ଥିବା ଓରିଜାନୋଲ୍, ଟୋକୋଫେରୋଲ୍‌, ଟୋକୋଟ୍ରିଏନଲସ୍‌ ଓ କ୍ବାଲେନି ଭଳି ଉପାଦାନ କୋଲେଷ୍ଟ୍ରଲ୍‌କୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏ ସମ୍ପର୍କରେ ଫ୍ରିଡମ୍‌ ଅଏଲ୍‌ର ଉପସଭାପତି (ବିକ୍ରି ଓ ମାର୍କେଟିଂ) ପି ଚନ୍ଦ୍ର ଶେଖର ରେଡ୍ଡୀ କହିଛନ୍ତି ଯେ ଆମେ ଗ୍ରାହକଙ୍କୁ ସବୁବେଳେ ଏଭଳି ଉତ୍ପାଦ ପ୍ରଦାନ କରିବାକୁ ଚାହୁଛୁ ଯାହା ସେମାନଙ୍କ ପାଇଁ ଭଲ, ସହଜ ଓ ସ୍ବାସ୍ଥ୍ୟକର। ଆଜିର ଗ୍ରାହକମାନେ ବେଶ ଚତୁର ଓ ସେମାନେ ରାଇସ୍‌ ବ୍ରାନ୍ ଅଏଲ୍‌ର ଲାଭ ବିଷୟରେ ଭଲ ଭାବେ ଜାଣିଛନ୍ତି। ଅନ୍ୟାନ୍ୟ ବିଭିନ୍ନ ପ୍ରକାର ତେଲ ଦାମ୍‌ରେ ବୃଦ୍ଧି ହେବା ପରେ ରାଇସ୍‌ ବ୍ରାନ୍ ଅଏଲ୍‌ର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ମାତ୍ର ସବୁ ବ୍ରାଣ୍ଡେଡ୍‌ ରାଇସ୍‌ ବ୍ରାଣ୍ଡ୍‌ ତେଲରେ ସମାନ ପରିମାଣର ଓରିଜାନୋଲ୍‌ ନଥାଇପାରେ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ଫ୍ରିଡମ୍ ଫିଜିକାଲି ରିଫାଇନ୍‌ଡ ରାଇସ୍‌ ବ୍ରାନ୍ ଅଏଲ୍‌‌େର ୧୦,୦୦୦ ପିପିଏମ୍‌ ଓରିଜାନୋଲ୍‌ ରହିଛି। ସେଥିପାଇଁ ଏହି ତେଲକୁ ଗ୍ରହଣ କରି ସୁସ୍ଥକର ଜୀବନ ଅତିବାହିତ କରିବା ଲାଗି ଶ୍ରୀ ରେଡ୍ଡୀ ଗ୍ରାହକମାନଙ୍କୁ ଆହ୍ବାନ ଦେଇଛନ୍ତି।

ଆପୋଲୋ ହସ୍ପିଟାଲସ୍‌ ହାଇଦ୍ରାବାଦର ବରିଷ୍ଠ କାର୍ଡିଓଲୋଜି କନସଲଟାଣ୍ଟ୍‌ ଡକ୍ଟର ଜେ ଶିବ କୁମାର କହିଛନ୍ତି ଯେ ଭାରତରେ ହୃଦରୋଗ ଏକ ବହୁତ ବଡ଼ ସମସ୍ୟା। ପ୍ରତିବର୍ଷ ଏଥିରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ଲାଗି ରାଇସ୍‌ ବ୍ରାନ୍ ଅଏଲ୍‌ ବ୍ୟବହାର କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି, ଆମେରିକାର ଏଫ୍‌ଆରସିଏ କଲମ୍ବସ୍ ଓହାୟୋର ଏମ୍‌ଡି ଡକ୍ଟର ସାଲିନି ପି ରେଡ୍ଡୀ କହିଛନ୍ତି ଯେ ରାଇସ୍‌ ବ୍ରାନ୍ ଅଏଲ୍‌ରେ ଥିବା ଗାମା ଓରିଜାନୋଲ୍ ଓ ଭିଟାମିନ୍ ଇ ରକ୍ତରେ କୋଲେଷ୍ଟ୍ରଲ୍‌କୁ ହ୍ରାସ କରେ ଏବଂ ଶରୀର ଲାଗି ଆବଶ୍ୟକ ଭଲ କୋଲେଷ୍ଟ୍ରଲ୍ ବଢ଼ାଇବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe