ବନ୍ଧୁତାରୁ ବ୍ୟବସାୟ

Advertisment
ବନ୍ଧୁତାରୁ ବ୍ୟବସାୟ

ବନ୍ଧୁତାରୁ ବ୍ୟବସାୟ- ଏକ ଅଦ୍ଭୁତ ସଂଯୋଗ। ପ୍ରଥମେ ପରିଚିତ ହେବା ପରେ ବ୍ୟବସାୟ ଓ ଉଦ୍ୟୋଗ ଜଗତରେ ପାଦ ଥାପି ସଫଳ ହେବା କ୍ୱଚିତ୍‌ ଦେଖାଦେଇଥାଏ। ତେବେ ବିଶ୍ୱର ଏଭଳି କେତେଜଣ ସଫଳ ବନ୍ଧୁ ଓ ବ୍ୟବସାୟୀଙ୍କ ସମ୍ପର୍କରେ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା...

ମାଇକ୍ରୋସଫ୍ଟ: ବିଶ୍ୱର ବଡ଼ ପ୍ରଯୁକ୍ତି କମ୍ପାନି ମାଇକ୍ରୋସଫ୍ଟକୁ ବିଲ୍‌ ଗେଟ୍‌ସ ଓ ପଲ୍‌ ଆଲେନ୍‌ଙ୍କ ଦ୍ୱାରା ୧୯୭୫ରେ ଆରମ୍ଭ ହୋଇଥିଲା। ଉଭୟ ବିଲ୍‌ ଏବଂ ପଲ୍‌ ପିଲାଦିନର ବନ୍ଧୁ ଥିଲେ। କମ୍ପାନି ପ୍ରତିଷ୍ଠାବେଳେ ପଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଦେହ ଖରାପ ହେବା ଯୋଗୁ ୧୯୮୨ରେ ସେ କମ୍ପାନି ଛାଡ଼ି ଦେଇଥିଲେ। ଏହାପରେ ଦୁଇ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିବା କୁହାଯାଏ। ୨୦୧୧ରେ ପଲ୍‌ ତାଙ୍କ ଆଇଡିଆଲ୍‌ ମ୍ୟାନ୍‌ରେ ଏ ବିଷୟରେ ମଧ୍ୟ ଉଲ୍ଲେଖ କରିବା ସହିତ ବିଲ୍‌ ତାଙ୍କୁ ଠକି ଦେଇଥିବା କହିଥିଲେ। ତେବେ ଦୁଇ ବନ୍ଧୁଙ୍କ ମଧ୍ୟରେ ଥିବା ପୂର୍ବ ବିବାଦ ୨୦୧୩ରେ ତୁଟିବା ସହିତ ସମ୍ପର୍କ ସ୍ୱାଭାବିକ ହୋଇଥିବା କୁହାଯାଏ।

ହେ୍ଵଲେଟ୍‌ ପ୍ୟାକାର୍ଡ: ହେ୍ଵଲେଟ୍‌ ପ୍ୟାକାର୍ଡ ଏବେ ବିଶ୍ୱର ଏକ ବୃହତ୍‌ ଆଇଟି ସାମଗ୍ରୀ ନିର୍ମାତା। ବିଲ୍‌ ହେ୍ଵଲେଟ୍‌ ଏବଂ ଡେଭ ପ୍ୟାକାର୍ଡ ନାମକ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଷ୍ଟାନଫୋର୍ଡରେ ଇଞ୍ଜିନିୟରିଂ ପାଠ ପଢ଼ିବା ବେଳେ ଚିହ୍ନା ପରିଚୟ ହୋଇଥିଲା। ପାଠ ପଢ଼ା ଶେଷ ହେବା ପରେ ଦୁଇ ଜଣ ଯାକ ଦୁଇ ସପ୍ତାହ ପାଇଁ ଜଙ୍ଗଲ ଭ୍ରମଣରେ ଯାଇଥିଲେ। ଜଙ୍ଗଲ ଭିତରେ ଦୁଇ ବନ୍ଧୁ ଦୁଇ ସପ୍ତାହ କାଟିବା ପରେ ଏକସଙ୍ଗରେ ବାହାରକୁ ବାହାରିଥିଲେ। ଏହାପରେ ସେମାନେ ସେଦିନ ଯେଉଁ କମ୍ପାନି ସ୍ଥାପନ କରିଥିଲେ ଆଜି ଆମେ ତାହାର ବିଶାଳ ରୂପ ଦେଖିବାକୁ ପାଉଛେ। ୧୯୩୯ ମସିହାରେ ପାଲୋ ଅଲ୍ଟୋର ଏକ କାର୍‌ ଗ୍ୟାରେଜ୍‌ରୁ ସେମାନେ କମ୍ପାନି ଆରମ୍ଭ କରିଥିଲେ।

ଟ୍ଵିଟର୍‌: ଗୁଗୁଲ୍‌ରେ ଚାକିରି କରିଥିବା ଇଭାନ୍‌ ଓ୍ଵିଲିଅମ୍ସ କମ୍ପାନି ପାଇଁ ବିଜ୍‌ ଷ୍ଟୋନ୍‌ଙ୍କୁ ଚୟନ କରିଥିଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ଓ୍ଵିଲିଅମ୍ସ ଗୁଗୁଲ୍‌ ଛାଡ଼ିବା ପରେ ବିଜ୍‌ ମଧ୍ୟ ଓଡିଓ ଡଟ୍‌ କମ୍‌ ଆରମ୍ଭ ପାଇଁ ଗୁଗୁଲ୍‌ ଛାଡ଼ିଥିଲେ। ଏହାପରେ ଏହି ଦୁଇଜଣ ବନ୍ଧୁଙ୍କୁ ଓଡିଓରେ ଇଞ୍ଜିନୟର ଥିବା ଜ୍ୟାକ୍‌ ଡୋର୍ସି ନୂଆ ଚିନ୍ତାଧାରା ଆରମ୍ଭ ନେଇ ଅନୁରୋଧ କରିଥିଲେ। ଏଥିରୁ ଟ୍ଵିଟରର ଜନ୍ମ ହୋଇଥିଲା।

ଗୁଗୁଲ୍‌: ଲ୍ୟାରି ପେଜ୍‌ ଓ ସର୍ଗି ବ୍ରିନ୍‌ ଷ୍ଟାନ୍‌ଫୋର୍ଡର ପିଏଚ୍‌ଡି ପ୍ରୋଗ୍ରାମ୍‌ରେ ୧୯୯୫ ମସିହାରେ ଦେଖାହୋଇଥିଲେ। ପ୍ରଥମ ସାକ୍ଷାତ ସେତେଟା ଭଲ ନଥିଲା। ଏକ କ୍ୟାମ୍ପସ୍‌ ଟୁର୍‌ରେ ପେଜ୍‌ଙ୍କ ଗାଇଡ୍‌ ଥିଲେ ବ୍ରିନ୍‌। ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା। କିନ୍ତୁ ଏକ ଗବେଷଣା ପେପର୍‌ ପାଇଁ କାମ କରିବାବେଳେ ସେମାନଙ୍କ ମଧ୍ୟରେ ମିତ୍ରତା ବଢ଼ି ଯାଇଥିଲା। ଏହି ମିତ୍ରତାଙ୍କ ହିଁ ଗୁଗୁଲ୍‌ ସ୍ଥାପନ କରିବା ଲାଗି ମୂଳଦୁଆ ପକାଇଥିଲା।

ଆପଲ୍‌: ବିଶ୍ୱର ଆଇଫୋନ୍‌ ନିର୍ମାତା ଆପଲ୍‌ର ପ୍ରତିଷ୍ଠା ମଧ୍ୟ ଷ୍ଟିଭ ଜବ୍‌ସ ଓ ଷ୍ଟିଭ ଓଜ୍‌ନିଆକ୍‌ଙ୍କ ଦ୍ୱାରା ହୋଇଥିଲା। ସେମାନେ ଏକଦା ୧୯୭୦ରେ ଏକ ସମର୍‌ ଜବ୍‌ରେ ଭେଟ ହୋଇଥିଲେ। ଏହାପରେ ସେମାନଙ୍କ ବ୍ୟବସାୟ ଆରମ୍ଭ ହୋଇଥିଲା। ଓଜ୍‌ନିଆକ୍‌ଙ୍କ ବୈଷୟିକ ଜ୍ଞାନ ସହିତ ଜବ୍‌ସଙ୍କ ବ୍ୟାବସାୟିକ ଦୂରଦୃଷ୍ଟି ଓ ମାର୍କେଟିଂ ଜ୍ଞାନ ଆପଲ୍‌କୁ ସଫଳତା ଆଣି ଦେଇଥିବା କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe