ସୁନାରୁ ଟିକସ ପର୍ଯ୍ୟନ୍ତ ଆଜିଠୁ ନୂଆ ନିୟମ

Advertisment
ଜବତ ୭୫ ଲକ୍ଷର ହିସାବ ମାଗିଲା ଆୟକର ବିଭାଗ

Image Courtesy of India Today

ନୂଆଦିଲ୍ଲୀ: ଆସନ୍ତାକାଲି (ଏପ୍ରିଲ୍‌ ୧)ରୁ ଦେଶରେ କେତେକ ନୂଆ ନିୟମ ଲାଗୁ ହେବ। ସୁନା ହଲମାର୍କଠାରୁ ଆରମ୍ଭ କରି ଆୟକର ଓ ଏଲ୍‌ପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂତନ ନିୟମ ପହିଲାରୁ କାର୍ଯ୍ୟକାରୀ ହେବ।

କେବଳ ଛଅ ସଂଖା ବିଶିଷ୍ଟ ଏଚ୍‌ୟୁଆଇଡି ଆଲ୍‌ଫାନ୍ୟୁମରିକ୍ ନମ୍ବର ଥିବା ହଲମାର୍କ ସୁନା ଗହଣା ବିକ୍ରି ହେବ। ପ୍ରତ୍ୟକ୍ଷ ସୁନାକୁ ଇଲେକ୍ଟ୍ରୋନିକ୍ସ ଗୋଲ୍ଡ ରିସିପ୍‌ଟରେ ରୂପାନ୍ତରିତ କଲେ କୌଣସି ଟିକସ ଲାଗିବନି।
ନୂଆ ଟିକସ ଢାଞ୍ଚା ଆସନ୍ତାକାଲିଠାରୁ ଡିଫଲ୍‌ଟ ଢାଞ୍ଚାରେ ପରିଣତ ହେବ। ଅର୍ଥାତ ଯଦି ଟିକସଦାତା କୌଣସି ବିକଳ୍ପ ଚୟନ କରିବେ ନାହିଁ ତେବେ ସେ ନୂଆ ବିକଳ୍ପକୁ ଚୟନ କରିଛନ୍ତି ବୋଲି ଧରି ନିଆଯିବ।
ନୂଆ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଆୟକର ମୁକ୍ତ ରହିବ
ନୂଆ ଟିକସ ବ୍ୟବସ୍ଥାରେ ମୌଳିକ ଛାଡ଼ ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି
୨୦୦୨ ପରଠାରୁ ସୀମିତ ଥିବା ଅଣ ସରକାରୀ ଟିକସ ଅଧିକାରୀଙ୍କ ପାଇଁ ଲିଭ୍ ଟ୍ରାଭେଲ୍ ଆଲାଉନ୍‌ସ (ଏଲ୍‌ଟିସି) ହାସଲ ସୀମାକୁ ୩ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨୫ ଲକ୍ଷ ଟଙ୍କା କରାଯାଇଛି
ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ କ୍ୟାସ୍‌ ଓ ଡେରିଭେଟିଭ୍ କ୍ଷେତ୍ରରେ ଇକ୍ବିଟି ‌କାରବାର ଉପରେ ଲାଗୁଥିବା ୬ ପ୍ରତିଶତ ଟିକସ ପ୍ରତ୍ୟାହାର ହେବ
ୟୁଲିପ୍‌ ବ୍ୟତୀତ ଅନ୍ୟ ଜୀବନ ବୀମା ପଲିସିର ବାର୍ଷିକ ପ୍ରିମିୟମ ୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ତାହା ଉପରେ ଟିକସ ଲାଗିବ
ଭାରତୀୟ କଂପାନିର ଇକ୍ବିଟି ସେୟାରରେ ୩୫ ପ୍ରତିଶତରୁ କମ୍ ନିବେଶ କରିଥିବା ଡେବ୍‌ଟ ମ୍ୟୁଚୁଆଲ୍‌ ଫଣ୍ଡ୍ ଉପରେ ସ୍ବଳ୍ପ ମିଆଦୀ ପୁଞ୍ଜି ଲାଭ ଟିକସ ଲାଗିବ
ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ରେ ସର୍ବାଧିକ ଜମା ସୀମା ଯଥାକ୍ରମେ ୧୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩୦ ଲକ୍ଷ ଟଙ୍କା, ୪.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୯ ଲକ୍ଷ ଟଙ୍କା ଓ ୭.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧୫ ଲକ୍ଷ ଟଙ୍କା ହେବ।
ଅନ୍‌ଲାଇନ୍‌ ଗେମିଂରୁ ଯେଉଁ ରାଶି ମିଳିବ ତାହା ଉପରେ ୩୦% ହାରରେ ଟିଡିଏସ୍‌ ଲାଗୁ ହେବ। ଜିତିବା ରାଶି ୧୦ ହଜାର ଟଙ୍କାରୁ ଅଧିକ ହେଲେ ଟିଡିଏସ୍‌ ଲାଗିବ
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ହୋଇଥିବା ସୁଧାର ଲାଗୁ ହେବ। ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ସର୍ବାଧିକ ୨%। ଗ୍ୟାରେଣ୍ଟି ପାଇଁ ସିଲିଂ ସୀମା ୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୫ କୋଟି ଟଙ୍କା ହେବ।
ବିଏସ୍‌-୬ର ଦ୍ବିତୀୟ ପର୍ଯ୍ୟାୟ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଫଳରେ ଗାଡ଼ି ଦାମ୍‌ ବଢ଼ିବାର ଆଶଙ୍କା ରହିଛି।
ପ୍ରତି ମାସର ପ୍ରଥମ ଦିନରେ ତୈଳ କଂପାନିଗୁଡ଼ିକ ଏଲ୍‌ପିଜି ଦାମ୍‌ ସଂଶୋଧନ କରୁଥିବାରୁ ଆସନ୍ତାକାଲି ଏଲ୍‌ପିଜି ମୂଲ୍ୟରେ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ ଅଥବା‌ ମୂଲ୍ୟ ସ୍ଥିର ରହିପାରେ।
ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ବୀମା ପ୍ରିମିୟମ୍ ଉପରେ ଟିକସ ଲାଗିବ
୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି କାରବାର ଉପରେ ପୁଞ୍ଜି ଲାଭ ଟିକସ ଲାଗିବ
ବୀମା କଂପାନିଙ୍କ କମିସନ ବ୍ୟବସ୍ଥା ବଦଳିବ
ଆମଦାନି ହେଉଥିବା ଏକ୍ସ-ରେ ମେସିନ୍ ଉପରେ ୧୫% ଟିକସ ଲାଗିବ
ଅତ୍ୟା‌ବଶ୍ୟକ ଔଷଧ ୧୨ ପ୍ରତିଶତ ମହଙ୍ଗା ହୋଇପାରେ
ସିଗାରେଟ, ପାନ ମସଲା ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ମହଙ୍ଗା ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe