ବିମାନ ଇନ୍ଧନ ମୂଲ୍ୟ ୨.୨ ପ୍ରତିଶତ କମିଲା

Advertisment
ବିମାନ ଇନ୍ଧନ ମୂଲ୍ୟ ୨.୨ ପ୍ରତିଶତ କମିଲା

Zee Business

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଦ୍ବାରା ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟ କିଲୋଲିଟର ପିଛା ୩୦୮୪.୯୪ ଟଙ୍କା ବା ୨.୨ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ୧୩୮,୧୪୭ ଟଙ୍କାକୁ ହ୍ରାସ ପାଇଛି। ଏହାକୁ ମିଶାଇ ଚଳିତବର୍ଷ ବିମାନ ଇନ୍ଧନ ମୂଲ୍ୟ ଦ୍ବିତୀୟ ଥର ପାଇଁ ହ୍ରାସ କରାଯାଇଛି। ତେବେ ଚଳିତବର୍ଷ ୧୧ ଥର ଏହି ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଛି। ଏଥିଯୋଗୁ ଗତ ୬ ମାସ ମଧ୍ୟରେ ଦର ପାଖାପାଖି ଦୁଇଗୁଣା ହୋଇଯାଇଛି। ଦେଶରେ ପ୍ରତିମାସ ୧ ତାରିଖ ଓ ୧୬ ତାରିଖରେ କମ୍ପାନିଗୁଡ଼ିକ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରିଥାନ୍ତି। ବିମାନ ଇନ୍ଧନ ହ୍ରାସ ପାଇବା ଫଳରେ ଆଗାମୀ ଦିନରେ ବିମାନ ଭଡ଼ା କମିବା ସମ୍ଭାବନା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ବିମାନର ମୋଟ ପରିଚାଳନା ଖର୍ଚ୍ଚରେ ବିମାନ ଇନ୍ଧନର ଅଂଶ ପ୍ରାୟ ୪୦ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe