କ୍ରମାଗତ ୫ମ ଦିନରେ ବଢ଼ିଲା ଇନ୍ଧନ ମୂଲ୍ୟ; ଭୁବନେଶ୍ୱରରେ ଟ.୧୦୮ ଟପିଲା ପେଟ୍ରୋଲ୍‌ ଦର

Advertisment
କ୍ରମାଗତ ୫ମ ଦିନରେ ବଢ଼ିଲା ଇନ୍ଧନ ମୂଲ୍ୟ; ଭୁବନେଶ୍ୱରରେ ଟ.୧୦୮ ଟପିଲା ପେଟ୍ରୋଲ୍‌ ଦର

Image Courtesy of The Economic Times

ଭୁବନେଶ୍ୱର: ଆଜି କ୍ରମାଗତ ୫ମ ଦିନରେ ଦେଶରେ ଇନ୍ଧନ (ପେଟ୍ରୋଲ୍‌ ଓ ଡିଜେଲ୍‌) ମୂଲ୍ୟ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଘଟୁଥିବାରୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ୩୬ ପଇସା ବୃଦ୍ଧି ପାଇ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ମୂଲ୍ୟ ୧୦୮.୫୫ରେ ପହଞ୍ଚିଛି। ଡିଜେଲ୍‌ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୦୯ରେ ପହଞ୍ଚିଛି। ଆଜିର ଇନ୍ଧନ ଦରକୁ ଦେଖିଲେ ଜଣାପଡୁଛି, ପ୍ରାୟ ଦେଢ଼ ବର୍ଷ ପରେ ଲିଟର୍‌ପିଛା ପେଟ୍ରୋଲ୍‌ ମୂଲ୍ୟ ଟ. ୩୬/- ଓ ଡିଜେଲ୍‌ ଟ.୨୭/- ବୃଦ୍ଧି ପାଇଛି।

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍‌ପିଛା ୦.୩୫ ପଇସା ବୃଦ୍ଧି ପାଇ ଟ. ୧୦୭.୫୯ ବିକ୍ରୟ ହେଉଥିବା ବେଳେ ଡିଜେଲ୍‌ ଦର ମଧ୍ୟ ସମପରିମାଣରେ ବୃଦ୍ଧି ପାଇ ଟ.୯୬.୩୨ ରହିଛି।

publive-image Image Courtesy of The Hindu

ମୁମ୍ବାଇରେ ଲିଟର୍‌ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ଯଥାକ୍ରମେ ଟ.୧୧୩.୪୬ ଓ ଟ.୧୦୪.୩୮ରେ ବିକ୍ରୟ ହେଉଛି।

ସହିପରି, କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୧୧ ଓ ଡିଜେଲ୍‌ ଲିଟର୍‌ପିଛା ଟ.୯୯.୪୩ ଥିବା ବେଳେ ଚେନ୍ନାଇରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ରହିଛି ଟ. ୧୦୪.୫୨ ଏବଂ ଲିଟର୍‌ପିଛା ଡିଜେଲ୍‌ ଦର ରହିଛି ଟ. ୧୦୦.୦୯।

ରାଜସ୍ଥାନର ସୀମାନ୍ତ ସହର ଗଙ୍ଗାନଗରରେ ଇନ୍ଧନ ଦର ସର୍ବାଧିକ ଥିବା ରିପୋର୍ଟ ହୋଇଛି। ସେଠାରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୧୯.୭୯ ଥିବାବେଳେ ଡିଜେଲ୍‌ ଦର ଟ. ୧୧୦.୬୩ ରହିଛି।

ସୂଚନାଯୋଗ୍ୟ, ରାଜ୍ୟମାନେ ଲାଗୁ କରିଥିବା ସ୍ଥାନୀୟ ଟିକସ ପରିମାଣ ପୃଥକ୍‌ ହୋଇଥିବାରୁ ଇନ୍ଧନ ଦରରେ ପାର୍ଥକ୍ୟ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe