କ୍ରମାଗତ ଚାରିଦିନ ଧରି ବଢ଼ି ଚାଲିଛି ଇନ୍ଧନ ଦର; ଭୁବନେଶ୍ୱରରେ ୧୦୮ଟଙ୍କା ଟପିଲା ପେଟ୍ରୋଲ୍‌

କ୍ରମାଗତ ଚାରିଦିନ ଧରି ବଢ଼ି ଚାଲିଛି ଇନ୍ଧନ ଦର; ଭୁବନେଶ୍ୱରରେ ୧୦୮ଟଙ୍କା ଟପିଲା ପେଟ୍ରୋଲ୍‌

Image Courtesy of India Today

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନିମାନେ ଇନ୍ଧନ ମୂଲ୍ୟ ଲିଟର୍‌ପିଛା ୩୫ ପଇସା ବୃଦ୍ଧି କରିବାରୁ ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି।

ସେହି ହିସାବରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍‌ ମୂଲ୍ୟ ରହିଛି ଟ. ୧୦୪.୭୦। ଗତକାଲି ରାଜଧାନୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୭.୮୪ ଥିଲାବେଳେ ଡିଜେଲ୍‌ ମୂଲ୍ୟ ର ଥିଲା ଟ. ୧୦୪.୩୬ ।

ପ୍ରାପ୍ତ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୭.୨୪ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଟ. ୯୫.୯୭ ବିକ୍ରି ହେଉଛି।

publive-image Image Courtesy of Mumbai Mirror

ମୁମ୍ବାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୧୩.୧୨ ଥିବା ବେଳେ ଡିଜେଲ୍‌ ଟ. ୧୦୪/- ରହିଛି।

ସେହିପରି, ଚେନ୍ନାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୪.୨୨ ଥିବା ବେଳେ ଡିଜେଲ୍‌ ଟ. ୧୦୦.୨୫ ରହିଛି। କୋଲକାତାରେ ମଧ୍ୟ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୭.୭୮ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ବିକ୍ରି ହେଉଛି ଟ. ୯୯. ୦୮ ରହିଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବଢ଼ି ଚାଲିଥିବା ଇନ୍ଧନ ମୂଲ୍ୟ ଶୀଘ୍ର ହ୍ରାସ ପାଇବାର ସମ୍ଭାବନା ନାହିଁ। ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍‌ପିଛା ଅଶୋଧିତ ତୈଳ ଦର ୯୦ ଡଲାର୍‌ରେ ବିକ୍ରୟ ହେଉଛି।

ତୈଳ ଚାହିଦା ଓ ଯୋଗାଣ ସମସ୍ୟା ସଂକ୍ରାନ୍ତରେ ସରକାର କେତେକ ତୈଳ ଆମଦାନିକାରୀ କମ୍ପାନିମାନଙ୍କ ସହ ଆଲୋଚନା ଚଳାଇଥିଲେ ମଧ୍ୟ ତୁରନ୍ତ ଆଶ୍ୱସ୍ତି ମିଳିବାର ଆଶା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe